ଯାଜପୁର ସଦର, ୧୭ା୦୧ (ସନ୍ଧାନ ନିୟୁଜ/ଗୋପିନାଥ ଦାଶ) ୧୭ା୦୧(ଆପ୍ର): ଯାଜପୁର ଜିଲ୍ଲାର ପ୍ରସିଦ୍ଧ ପର୍ବତ ପାଦ ଦେଶରେ ଅବସ୍ଥିତ ଥିବା ବାବା ଅରକ୍ଷିତ ଦାସଙ୍କ ଓଳାଶୁଣୀ ଯାତ୍ରା ପାଇଁ ତିନୋଟି ଜିଲ୍ଲାକୁ ନେଇ ବିଭକ୍ତ ହୋଇଥିବା ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ସରିବା ସହିତ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଯାଜପୁର ଏସ୍ପି ଚରଣ ସିଂ ମିନ୍ନା ଯୋଗଦେଇ ମେଳାକୁ ସରଶ ସୁ୍ନ୍ଦର କରାଯିବା ଲାଗି ଓଳାଶୁଣୀ ଗୁମ୍ଫାର କମିଟି ମେମ୍ବର ମାନଙ୍କ ସହିତ ଯାଜପୁର ଜିଲ୍ଲାପାଳ ଆଲୋଚନା କରିଥିଲେ । ଗୁମ୍ଫା ପରିଷଦର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରାଯାଇଥିଲା । ପରିଷଦର କର୍ମକର୍ତ୍ତା ମାନେ ଯୋଗଦେଇ ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଆଲୋକ, ପରିମଳ ଏବଂ ଲକ୍ଷ ଲକ୍ଷ ଭକ୍ତ ମାନଙ୍କ ଦର୍ଶନ ଲାଗି ତିକ୍ଷ୍ଣ ନଜର ରଖାଯିବ ବୋଲି ଜିଲ୍ଲା ଏସ୍ପି ଚରଣ ସିଂମିନ୍ନା ସମସ୍ତ ଥାନା ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବାଲିଚନ୍ଦ୍ରପୁର ଥାନା ଆଇଆଇସି ଯୋଗଦାନ କରିଥିବା ବେଳେ, ବଡ଼ଚଣା ଥାନା ଆଇଆଇସି ଯୋଗଦେଇଥିଲେ । ଉପଜିଲ୍ଲାପାଳ ଯୋଗଦେବା ସହିତ ଦର୍ପଣ ତହସିଲଦାର ଯୋଗଦେଇଥିଲେ । ପଲେଇ ଗ୍ରାମର ବହୁ ବରିଷ୍ଟ ନାଗରିକ ଏବଂ ପରିଷଦର କର୍ମକର୍ତ୍ତା ମାନେ ମେଳାକୁ ସରସ ସୁନ୍ଦର କରାଯିବା ସହିତ ଅପେରାମାନେ ଜାଗା ସ୍ଥିର କରିଚି ଯାହାକି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଥିବା ବେଳେ ବାବାଙ୍କ ତତ୍ୱାବଧାନରେ ସଂକ୍ରିର୍ତ୍ତନ ମଣ୍ଡଳୀ ଯୋଗଦାନ କରୁଛନ୍ତି । ଏହି ମେଳା ୯ ଦିନ ଧରି ଅନୁଷ୍ଟିତ ହେବ ବୋଲି ସୂଚନା ମିଳିଚି ।
ଓଳାଶୁଣୀ ମେଳା ପାଇଁ ଚଳଚଞ୍ଚଳ ଓଳାଶୁଣୀ ଗୁମ୍ଫା
|
January 18, 2020 |



