ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ । ଏଠାରୁ ପୂର୍ବ ଭାରତରୁ ଅନେକ ରାଜ୍ୟକୁ ଯାଉ । ଏହା ଟେକଷ୍ଟାଇଲ ଏଠାରେ ନର୍ମିାଣ ହେଉ । ୨ଲକ୍ଷ କୋଟିର ଟଙ୍କା ନିବେଶ କରାଯିବ । ଏବଂ ରୋଜଗାର ବଢ଼ିବ, ଚାକିରି କ୍ଷେତ୍ରରେ ଓଡିଶା ଯୁବପିଢ଼ୀଙ୍କ ଭାଗ୍ୟ ବଦଳିବ । ଏହି କାର୍ଯ୍ୟ ଦୃତ ଗତିରେ ଓଡିଶାରେ ଚାଲିଛି ବୋଲି ମୋଦି କହିଛନ୍ତି । ଯାହାକୁ ୨୦୧୪ପୂର୍ବରୁ କଂଗ୍ରେସ କରିପାରିଥାନ୍ତା କିନ୍ତୁ କଂଗ୍ରେସ ଲୋକଙ୍କ ଟଙ୍କା ଲୁଟି ଖାଇଛି । ୟୁରିଆ ଘୋଟଲା କରିଥିବା କଂଗ୍ରେସ ସରକାର କେମିତି ଚାଷୀଙ୍କ ୟୁରିଆ ଦେଇପାରିବ ବୋଲି ପ୍ରଶ୍ନ କରିଛନ୍ତି । ଗରିବ ଲୋକଙ୍କ କଂଗ୍ରେସ ପାଖକୁ ଯାଉଥିଲେ କଂଗ୍ରେସ ଗ୍ୟାରେଂଟି ମାଗୁଥିଲା । ଗରିବଙ୍କ ସବୁଠୁ ବଡ ଗ୍ୟାରେଂଟି ମୋଦ ହେବ ବୋଲି କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି । ଜନଧନ ଖାତା ଖୋଲିଲା ଯାହାର ମୋଦି ଗ୍ୟାରେଂଟି ବୋଲି ପ୍ରକାଶ କରିଛନ୍ତି ।
ନବୀନ ଦେଲେ ଧନ୍ୟବାଦ
ଓଡିଶାର ବିକାଶ ଦିଗରେ ମୋଦି ସରକାର ସର୍ବଦା ସାହାର୍ଯ୍ୟ କରିଛନ୍ତି ବୋଲି କହି ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡିଶା ଯୁବବର୍ଗ ଚମକୁ ଥିବା ତାରା ଭଳି, ଭାରତର ଭବିଷ୍ୟତ ଗଢ଼ିପାରିବେ
ଯୁବବର୍ଗଙ୍କୁ ସମ୍ବଧନ କରବାରେ ନିଜର ମୋବାଇଲ ଟର୍ଚ ଜାଳିବାକୁ କହିଥିଲେ । ପରେ ଜଳୁଥିବା ଟର୍ଚ ଲାଇଟ୍ୁ ଚମକୁଥିବା ତାରାଙ୍କ ସହିତ ତୁଳନା କରି ଓଡିଶାର ଯୁବ ବର୍ଗ ସମସ୍ତ ଜଣେ ଜଣେ ଚମକୁ ଥିବା ତାରା କହିବା ସହିତ ଭାରତର ଭବିଷ୍ୟତ ଗଢ଼ିପାରିବେ ବୋଲି ମୋଦି କହିଛନ୍ତି । ଏଥର ୪ଶହ ପାରି ହେବାର ସଂଙ୍କଳ୍ପ ବୋଲି ମୋଦି କହିଛନ୍ତି