ଯାଜପୁର, ୨୦/୧୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) :
ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ରେଖିଦେଇପୁର ଠାରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପାଚିକା ମାନକୁ ସରକାରୀ କର୍ମଚାରୀ ର ମାନ୍ୟତା ଦିଆଯିବା, ସର୍ବନିମ୍ନ ମାସିକ୨୧ ହଜାର ଟଙ୍କା ବେତନ ପ୍ରଦାନ କରିବା ,ପାଚିକାସ୍ ସହାୟିକା ମାନଙ୍କୁ ବାର୍ଷିକ୧୨ମାସର ଦରମା ଦେବାଆଦି ଦାବିରେ ଆହୁତ କରି ସମ୍ମିଳନୀରେ କରୁ ପାଚିକା ସହାୟିକା ଯୋଗଦେଇ ଭବିଷ୍ୟତ ଆନ୍ଦୋଳନର କର୍ମ ପନ୍ଥା ନିର୍ଧାରଣ କରିଥିଲେ ।ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଶ୍ରମିକ ନେତା ଆ ଇ,ୟୁ, ଟି, ୟୁ, ସିର ରାଜ୍ୟ ସମ୍ପାଦକ କମ୍ରେଡ଼ ଜୟସେନ ମେହେର ଯୋଗଦେଇ ଭବିଷ୍ୟତ ଆନ୍ଦୋଳନ ପାଇଁ ଦିଗ୍ ଦର୍ଶନ ଦେଇଥିଲେ । ସମ୍ମିଳନୀରେ ସଭା ପତିତ୍ୱ କରିଥିଲେ ଏ, ଆଇ,ୟୁ, ଟି, ୟୁ, ସିର ଜିଲ୍ଲା ସଙ୍ଗଠକ କମ୍ରେଡ଼ ସୁରେଶ ପ୍ରଧାନ ଭବିଷ୍ୟତ ଆନ୍ଦୋଳନ କର୍ମପନ୍ଥାକୁ ପରିଚାଳନା କରିବା ପାଇଁ କମ୍ରେଡ଼ ରାଧା ସାହୁ ସଭାନେତ୍ରୀ ,କମ୍ରେଡ଼ କବିତା ପୃଷ୍ଟି ସଂପାଦକ ଙ୍କ ସମେତ୧୫ଜଣିଆ କମିଟି ଗଠିତ ହୋଇଥିଲା ।ଆସନ୍ତା ଡିସେମ୍ବର୧୪ଓ୧୫ଦୁଇ ଦିନ ଧରି ଯାଜପୁର ରୋଡ଼ ଠାରେ ଏ, ଆ ଇ, ୟୁ ଟି, ୟୁ ସି ର ରାଜ୍ୟ ସମ୍ମିଳନୀ ଏବଂ୧୩ ରୁ ୧୫ ଫେବୁଆରୀ ୨୦୨୦ରେ ଝାଡ଼ଖଣ୍ଡ ରାଜ୍ୟର ଧନବାଦ୍ ଠାରେ ସର୍ବ ଭାରତୀୟ ସମ୍ମିଳନୀରେ ପାଚିକା ସହାୟିକା ମାନେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା-ସହାୟିକା ସଂଘ ପକ୍ଷରୁ କବାଟବନ୍ଧ ଆଞ୍ଚଳିକ ସମ୍ମିଳନୀ ଉଦ୍ ଯାପିତ
|
October 20, 2019 |



