ଓଡ଼ିଶା ପୁଲିସ ସ୍ତରରେ ଅଦଳ ବଦଳ

Spread the love

ଭୁବନେଶ୍ବର, ୪/୧୧ (ସନ୍ଧାନ ନିଉଜ) : ରାଜ୍ୟ ସରକାର ସୋମବାର ଓଡ଼ିଶା ପୁଲିସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ମାଲକାନଗିରି ଡିଏସପି ଶ୍ରୀ ଚିନ୍ମୟ କୁମାର ନାୟକଙ୍କୁ ବଦଳି କରାଯାଇ ଯାଜପୁର ଏସଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସସ୍ମିତା ସାହୁଙ୍କୁ ଭୁବନେଶ୍ବରର ଇଓଡବ୍ଲୁ ଡିଏସପି ଭାବେ ନିଯୁକ୍ତି ଦିଆଯାଇଛି। ଗୌତମ କିଷାନଙ୍କୁ ଏସଡିପିଓ ଛତ୍ରପୁର, ମାନସ ରଞ୍ଜନ ବାରିକଙ୍କୁ ବାଲିଗୁଡା ଏସଡିପିଓ, ନିବେଦିତା ସୋରେନଙ୍କୁ ବିରମିତ୍ରପୁର ଏସଡିପିଓ, ଏସ୍.ପି, ଶ୍ରୀ ସ୍ନେହାସିସ୍ ସାହୁଙ୍କୁ ରାୟରଙ୍ଗପୁର ଏସଡିପିଓ, ରିତେଶ କୁମାର ମହାପାତ୍ରଙ୍କୁ କଟକର ସାଇବର କ୍ରାଇମ, କ୍ରାଇମ ବ୍ରାଞ୍ଚ ଡିଏସପି, ଦିଲ୍ଲିପ କୁମାର ଦାସଙ୍କୁ ବ୍ରଜରାଜନଗର ଏସଡିପିଓ, ମଧୂସିକ୍ତା ମିଶ୍ରଙ୍କୁ ସୁନ୍ଦରଗଡ଼ ଏସଡିପିଓ, ସତ୍ୟବିକାସ ଭୂୟାଁଙ୍କୁ ଏସଡ଼ିପିଓ ବଡବିଲ, ସିମା ସ୍ବାଇଁଙ୍କୁ ପୁରୁଷୋତ୍ତମପୁର ଏସଡିପିଓ, ଶ୍ରୀ ସୁନାରାମ ହେମ୍ବ୍ରମଙ୍କୁ ଚିତ୍ରକୋଣ୍ଡା ଏସଡିପିଓ, ମହେନ୍ଦ୍ରନାଥ ମୁର୍ମୁଙ୍କୁ ଫୁଲବାଣି ସଦର ଏସଡିପିଓ ଭାବେ ନିଯୁକ୍ତି ମିଳିଛି।

Related Posts

About The Author

Add Comment