କଟକ ,(ସନ୍ଧାନ ନ୍ୟୁଜ): ଜନତା ମହାବିଦ୍ୟାଳୟ ବଇଣ୍ଡା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଶ୍ରୀ କାଳିଆ ସେଠୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରୁ ପି.ଏଚ୍.ଡି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ.ଲଷ୍ମୀପ୍ରିୟା ବେହେରାଙ୍କ ତତ୍ତ୍ଵାବଧାନରେ ଗବେଷଣା କରୁଥିଲେ । ଶ୍ରୀ ସେଠୀଙ୍କ ସନ୍ଦର୍ଭ “ଏକବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସରେ ଗ୍ରାମ୍ୟ ଜୀବନ (୨୦୦୦ ରୁ ୨୦୨୦)” ଉଚ୍ଚ ପ୍ରଶଂସିତ ହୋଇଛି । ଶ୍ରୀ ସେଠୀ ଢେଙ୍କାନାଳ ଜିଲ୍ଲା ଦଧିସିଂହା ଗ୍ରାମ ଅଶାନ୍ତି ସେଠୀ ଏବଂ ଯୁଗଳ ସେଠୀଙ୍କ କନିଷ୍ଠ ପୁତ୍ର ଅଟନ୍ତି । ଏହି ସଫଳତା ନେଇ ସେ ତାଙ୍କର ପିତାମାତା, ପରିବାର ,ଅଧ୍ୟକ୍ଷ,ଅଧ୍ୟାପକ ଅଧ୍ୟାପିକା,ସମସ୍ତ ସହକର୍ମୀ ଏବଂ ବନ୍ଧୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ଶ୍ରୀ ଜଗନ୍ନାଥଙ୍କୁ ଏହି ସଫଳତା ସମର୍ପଣ କରିଛନ୍ତି ।
ଓଡ଼ିଆ ଭାଷା ଓ ସାହିତ୍ୟ ଗବେଷଣା କ୍ଷେତ୍ରରେ ଅଧ୍ୟାପକଙ୍କ ସଫଲତା
|
March 23, 2026 |



