ତେଲେଙ୍ଗାନା, ୧୯/୦୬ (ସନ୍ଧାନ ନିଉଜ)ଶନିବାର ଦିନ ତେଲେଙ୍ଗାନା କ୍ୟାବିନେଟ୍ ଲକ୍ଡାଉନ୍ ସମ୍ପୂର୍ଣ୍ଣ ରୂପେ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର କୋଭିଡ ପରିସ୍ଥିତିକୁ ବିଚାର କରି ମେଡିକାଲ କର୍ତ୍ତୃପକ୍ଷଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନାଭାଇରସ୍ ମାମଲା ବଢୁନଥିବାରୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆସନ୍ତାକାଲି ଠାରୁ ରାଜ୍ୟରେ କୋଭିଡ ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ମାମଲା ସଂଖ୍ୟା, ପଜିଟିଭିଟିର ହାର ଯଥେଷ୍ଟ ହ୍ରାସ ପାଇଛି ଏବଂ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଆସିଛି, ଏହି ପରିପ୍ରେକ୍ଷୀରେ ତାଲାବନ୍ଦ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟର ସମୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇଛି\” ବୋଲି ସିଏମଓ କହିଛନ୍ତି। ତାଲାବନ୍ଦ ସମୟରେ ଲାଗୁ ହୋଇଥିବା ସମସ୍ତ ନିୟମକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ କ୍ୟାବିନେଟ୍ ମଧ୍ୟ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଏହି ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ଉଠିଲା ଲକଡାଉନ କଟକଣା
|
June 19, 2021 |