୧୬/୧୧ (ସନ୍ଧାନ ନିଉଜ) : ମହାଭାରତର ଖଳନାୟକ ଦୁର୍ଯ୍ୟୋଧନଙ୍କୁ ଏଠାରେ ଭଗବାନ ରୂପେ ପୂଜା କରାଯାଏ । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଏହି ମନ୍ଦିର ଉତ୍ତରାଖଣ୍ଡର ଜାଖୋଲି ଅଞ୍ଚଳରେ ରହିଛି । ନିଜକୁ କୌରବଙ୍କ ବଂଶଜ ବୋଲି ଦାବି କରି ଆସୁଥିବା ଏଠାକାର ଅଧିବାସୀ ମନ୍ଦିରରେ କୌରବ ଯୁବରାଜ ଦୁର୍ଯ୍ୟୋଧନଙ୍କୁ ପୂଜା କରି ଆସୁଛନ୍ତି ।
କେବଳ ଏତିକି ନୁହେଁ ଦୁର୍ଯ୍ୟୋଧନଙ୍କ ପରି ଆଉ ଏକ ଅଞ୍ଚଳରେ ଦେଖିବାକୁ ମିଳିଥାଏ କର୍ଣ୍ଣଙ୍କ ମନ୍ଦିର । ଉତ୍ତରାଖଣ୍ଡରେ ଅଞ୍ଚଳରେ ରହିଛି କର୍ଣ୍ଣଙ୍କ ମନ୍ଦିର । ଏଠାରେ ଲୋକେ ରୀତିନୀତିରେ କର୍ଣ୍ଣଙ୍କୁ ପୂଜା କରିଥାନ୍ତି ।
ଜାଖୋଲି ପରି ଉତ୍ତରଖଣ୍ଡର ଓସଲା, ଗଙ୍ଗର ଓ ଦାତମିରରେ କୌରବ ଯୁବରାଜ ଦୁର୍ଯ୍ୟୋଧନଙ୍କ ମନ୍ଦିର ମଧ୍ୟ ଦେଖିବାକୁ ମିଳିଥାଏ । ଭାରତରେ କେବଳ ଏହି ଅଞ୍ଚଳରେ ହିଁ ଦୁର୍ଯ୍ୟୋଧନଙ୍କ ମନ୍ଦିର ଦେଖିବାକୁ ମିଳିଥାଏ । ମହାଭାରତର ଭିଲେନ ଦୁର୍ଯ୍ୟୋଧନଙ୍କୁ ମନ୍ଦିରରେ ପୂଜା କରିବା ନେଇ ଏହି ଅଞ୍ଚଳ ବେଶ ଖ୍ୟାତି ହାସଲ କରିଛି ।