ଏସଡିପିଓଙ୍କ ଚଢ଼ାଉ ୬ ଟି ବାଇକ ଓ ସ୍କୁଟି ଜବତ

Spread the love

ନୀଳଗିରି, ୩୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):-  ନୀଳଗିରିରେ ସହର ଠାରୁ ଗାଁ ଗହଳି ଚାରିଆଡ଼େ ନିଶା ବେପାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଡ୍ରଗ୍ସ,ମଦ, ଗଞ୍ଜେଇରେ ଡୁବି ରହି ପଥଭ୍ରଷ୍ଟ ହେଉଛନ୍ତି ଯୁବକ। ପାନ ଦୋକାନ ଠାରୁ ହୋଟେଲ ମାନଙ୍କରେ ବିଦେଶୀ ମଦ ଏବେ ସ୍ପଷ୍ଟ ଦିବାଲୋକରେ ମିଳୁଛି। ନୀଳଗିରି ରାଜବାଟି ଗଳି ପାହାଡ଼ ନିକଟ ସହ କେସି ହାଇସ୍କୁଲ ପଡ଼ିଆ, ଷ୍ଟାଡିୟମ, ରାଡାର ରାସ୍ତା, ଫାୟାର ଅଫିସ ଗଳି, ମିରିଗିଣୀ ଖଣ୍ଡିଏ ହୁଡ଼ି ପଡିଆ, ଗୋପୀନାଥପୁର ଟ୍ରେନ ଲାଇନ,ରାଇଗାଁ ରାସ୍ତା ଟ୍ରେନ ଲାଇନରେ ଏବେ ଯୁବକ ମାନେ ଡ୍ରଗ୍ସ ଖାଇବାରେ ବ୍ୟସ୍ତଥିବା ସୂଚନା ମିଳିଛି। ନିଶାଖାଇ ଛୋଟବଡ଼ ଅପରାଧ କରିବାକୁ ପଛାଉ ନାହାଁନ୍ତି। ଏପରି କି ବାଇକରେ କ୍ଷୀପ୍ର ଗତିରେ ସହର ମଧ୍ୟରେ ଯାଇ ଆତଙ୍କ ଚଳାଉଛନ୍ତି। ସହର ଉପଖଣ୍ଡରେ ଏଭଳି ନିଶା ଆଡ୍ଡା ଚାଲୁଥିବା ବେଳେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି। ଆଉ ନୀଳଗିରି ଥାନା ଅବସ୍ଥା ତ ସମସ୍ତଙ୍କୁ ଜଣା। ତେବେ ନିକଟ ଅତୀତରେ ନୂତନ କରି ଯୋଗ ଦେଇଥିବା ଏସଡିପିଓ ରିତେଶ ମହାପାତ୍ର ଆଜି ରାତ୍ର ୮ ଟା ସମୟରେ ନିଶାଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଛନ୍ତି। ନୀଳଗିରି ଷ୍ଟାଡିୟମ, କେସି ହାଇସ୍କୁଲ ପଡିଆ, ଫାୟାର ଅଫିସ ଗଳିକୁ ଏକ ବାଇକରେ ଯାଇ ଚଢ଼ାଉ କରିଛନ୍ତି। ତାଙ୍କୁ ଦେଖି ନିଶାଶକ୍ତ ଯୁବକ ମାନେ ବାଇକ ଛାଡି ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ୬ ଟି ବାଇକ ଓ ସ୍କୁଟି ଜବତ କରିଛନ୍ତି। ଏସଡିପିଓଙ୍କ ଏଭଳି ଚଢ଼ାଉ ଦେଖି ନିଶାଡି ମାନଙ୍କ ଭିତରେ ଛନକା ପଶିଥିବା ଜଣାପଡିଛି। ତେବେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସଡିପିଓ ମହାପାତ୍ର ସୂଚନା ଦେଇଛନ୍ତି।   

 

Related Posts

About The Author

Add Comment