ଯାଜପୁର ସଦର, ୧୧/୦୨/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାର ଏଟିଏମ ଲୁଟେରା ମାନେ ବିଭିନ୍ନ ଉପାୟରେ ଏଟିଏମ କାର୍ଡ଼ ନେଇ ଯାଇ ଏଟିଏମରୁ ଟଙ୍କା ହରଣଚାଲ କରୁଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଏହି ଏଟିଏମ ଲୁଟେରାକୁ କୁଆଖିଆ ପୋଲିସ ଗିରଫ କରିବା ସହିତ ୨ ହଜାର ଟଙ୍କା ୫ଟି ଏଟିଏମ କାର୍ଡ଼ ଜବତ କରିଚି । କୁଆଖିଆ ଥାନା ଆଇଆଇସି ମନୋଜ ସ୍ୱାଇଁ କୌଣସି ସୁତ୍ରରୁ ଖବର ପାଇଁ ଏହି ଲୁଟେରା ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଲୁଟେରା ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ଆଜି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଚି । ଏହି ଲୁଟେରା ମଙ୍ଗଳପୁର ଥାନା ଚମ୍ପେଇପାଳ ଗ୍ରାମର ସୂର୍ଯ୍ୟମଣି ସାମଲଙ୍କ ପୁଅ ପ୍ରମୋଦ ସାମଲ(୨୭) ବୋଲି ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଥାନା ଓରାଳି ଗ୍ରାମର ସନ୍ତୋଷ ପଲେଇ ଚଳିତ ମାସ ୬ ତାରିଖରେ ମଧୁବନ ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ଲୁଟେରା ପ୍ରମୋଦ କାଉଣ୍ଟର ଭିତରେ ରହିଥିବା ବେଳେ, କୌଶଳ କ୍ରମେ ସନ୍ତୋଷ ଏଟିଏମକୁ ନେଇଯାଇଥିଲା । ତହିଁଆର ଦିନ ସନ୍ତୋଷଙ୍କ ଏକାଉଣ୍ଟରୁ ୭୩ ହଜାର ଟଙ୍କା ଉଠାଯାଇଥିବା ମେସେଜ ଆସିଥିଲା । ଏନେଇ ସନ୍ତୋଷ ବ୍ୟାଙ୍କକୁ ଯାଇ ଯାଞ୍ଚ କରିବାରୁ ତାଙ୍କ କାର୍ଡ଼କୁ କେହି ବଦଳାଇ ଦେଇଥିବା ଜାଣିବାକୁ ପାଇଥିଲେ । ଏନେଇ ସନ୍ତୋଷ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି କୁଆଖିଆ ପୋଲିସ ତଦନ୍ତ କରୁଥିଲେ । କେସ ନଂ ୪୨/୨୨ରେ ଏକ ମାମଲା ରୁଜୁ କରାଯାଇ ମଙ୍ଗଳପୁରର ପ୍ରମୋଦକୁ ଗିରଫ କରିବାରେ ସଫଳ ହୋଇଥିଲେ । ଲୁଟ କରିଥିବା ୭୧ ହଜାର ଟଙ୍କାର ସୁନା ଗହଣା ଏବଂ ଅନ୍ୟ ଜିନିଷ କିଣିଥିବା କଥା ଲୁଟେରା ପୋଲିସ ପାଖରେ ମାନିଥିଲା । କୁଆଖିଆ ଥାନା ଅଧିକାରୀ ମନୋଜ ସ୍ୱାଇଁ ପ୍ରମୋଦକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ଏଟିଏମ କାର୍ଡ଼ ବଦାଳାଇ ଲୁଟେରା ଏଟିଏମରୁ ଟଙ୍କା ଲୁଟୁଥିଲେ
|
February 11, 2022 |