ଲକ୍ଷ୍ନୌ, ୦୯/୦୩ /୨୦ (ସନ୍ଧାନ ନିଉଜ) : ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସୋମବାର ସକାଳ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ୍ସପ୍ରେସଟି ନିୟନ୍ତ୍ରଣ ହରାଇ ୨୦ ଫୁଟ ତଳକୁ ଓଲଟି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ପରିବହନ ନିଗମର ଏକ ଏସି ବସ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାଗ୍ରସ୍ତ ବସଟି ଆଗ୍ରାରୁ ଲକ୍ଷ୍ନୌ ଯାଉଥିଲା। କୁହୁଡ଼ି କାରଣରୁ ବସ ଚାଳକଙ୍କୁ ଦୂରରୁ ଉକ୍ତ ଟ୍ରକଟି ଦେଖାଯାଇନଥିଲା। ଟ୍ରକର ନିକଟବର୍ତ୍ତୀ ହେବା ପରେ ବସ ଚାଳକ ଟ୍ରକ ଟିକୁ ଦେଖି ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ବ୍ରକ୍ ଦେଇଥିଲେ, ଯାହା ଫଳରେ ବସଟି ଅନିୟନ୍ତ୍ରିତ ହୋଇ ୨୦ ଫୁଟ ତଳେ ସର୍ଭିସ ରାସ୍ତାକୁ ଯାଇ ଓଲଟି ପଡ଼ିଥିଲା। ବସ ଓଲଟିବା ପରେ ସ୍ଥାନୀୟଲୋକ ଏକାଠି ହେବା ସହ ପୁଲିସକୁ ଖବର ଦେଇଥିଲେ। ଏହାପରେ ସ୍ଥାନୀୟଲୋକେ, ଉଦ୍ଧାରକାରୀ ଦଳ ଓ ପୁଲିସଙ୍କ ସହାୟତରେ ଆହତଙ୍କୁ ମେଡ଼ିକାଲ ପଠାଯାଇଥିଲା।



