ଯାଜପୁର,୨୩/୦୫ (ସନ୍ଧାନ ନିଉଜ) : ସାରା ବିଶ୍ୱରେ ଏବେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ସାରା ଦେଶରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଋଣ ଦେଇଥିବା କିଛି ଘରୋଇ ଫାଇନାନ୍ସ କମ୍ପାନୀ ଋଣ ସଂଗ୍ରହ କରିବା ପାଇଁ କରୁଛନ୍ତି ଜୁଲୁସ୍ ସରକାର କୋହଳ କରିଥିବା ବେଳେ ଘରୋଇ ଫାଇନାନ୍ସ କମ୍ପାନୀ ର ଦାଦାଗିରି ଦାଣ୍ଡରେ ପଢି ହାଟରେ ଗଡୁଛି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ପଞ୍ଚାୟତ ଗୋପାଳପୁର ଗ୍ରାମରେ ସୂଚନା ମୁତାବକ ଏହି ଗ୍ରାମର କିଛି ମହିଳା ଘରୋଇ ଫାଇନାନ୍ସ କମ୍ପାନୀ ରୁ ବ୍ୟବସାୟୀ ଉଦ୍ଦେଶ୍ଯ ରେ ଋଣ ଆଣିଥିଲା ବେଳେ ସମର୍ଥା ଫାଇନାନ୍ସ ଓ କିଛି ଅନ୍ୟ ଫାଇନାନ୍ସ ମାନେ ତାଙ୍କୁ ଯବରଦସ୍ତ କିସ୍ତି ମାଗିବା ଅଭିଯୋଗ ଆସିଛି ଏମିତି କି ବର୍ତ୍ତମାନ କାମଧନ୍ଦା ହରାଇ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ କେଉଁଠୁ ଦେବେ କିସ୍ତି ବୋଲି ବଡ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି
ଫାଇନାନ୍ସ କମ୍ପାନୀ କିସ୍ତି ମାଗିବାରୁ ମହିଳା ମାନଙ୍କ ଘରେ ପାରିବାରିକ ସମସ୍ୟା ସୃଷ୍ଟି ହେଉଥିବାରୁ ସେମାନେ ଆତ୍ମହତ୍ୟା କରିବାପାଇଁ ମଧ୍ଯ ଉଦ୍ୟମ କରୁଥିବା ଖବର ଆସିଛି । ଏହି ସବୁ ସମସ୍ୟା କୁ ଆଖିରେ ରଖି ମହିଳା ମାନେ ଋଣ କରିବା ପାଇଁ ଆଜି ସାମାଜିକ ଦୂରତା ରକ୍ଷା କରି ପ୍ରତିବାଦ କରିଥିଲେ ତେଣୁ ଏ ସବୁ ସମସ୍ୟା ର ତୁରନ୍ତ ସମାଧାନ କରି ସରକାର ଏମାନଙ୍କୁ ଋଣ ଛାଡ କରନ୍ତୁ ବୋଲି ମହିଳା ମାନେ ପ୍ରତିବାଦ କରିବା ସହ ସାଧାରଣ ରେ ଦାବି ଜୋର ଧରିଛି ।