ଯାଜପୁର ସଦର,୨୧ା୦୯: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡ ପଂଚାୟତ ଗୋଳକୁଣ୍ଡ ଗ୍ରାମର ମେଣ୍ଢ ଗ୍ରାମ ପରିଶରରେ ଉଦୟଶ୍ରୀ ଜନ୍ମଜୟନ୍ତୀର ସଭାପତି ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିଲା । ଜନ୍ମଜୟନ୍ତୀ ଅବସରରେ ବିରିଷ୍ଟ କବି ଜଗାଶିଶୁ ସାହିତ୍ୟର ସଂମ୍ପାଦକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କବି ସମ୍ମୀଳନୀ ଅନୁଷ୍ଟିତ ହୋଇଥିଲା । ବିଭିନ୍ନ କବୀମାନେ ତାଙ୍କର କବିତା ଆବୃତ୍ତି କରିଥଲେ । ଏହି ପରିପ୍ରେକ୍ଷୀରେ କୃତିତ୍ୱ ଅର୍ଜନ କରିଥିବା ସାମ୍ବାଦିକ ଏବଂ ବିଭ୍ିନ୍ନ କବି ମାନଙ୍କୁ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଦିତ କରାଯାଇଥିଲା । ଉଦୟଶ୍ରୀ ଜନ୍ମଜୟନ୍ତୀ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଉଦୟଶ୍ରୀ ସାଂସ୍କୃତିକ ପରିଶଦ ଆନୁକୁଲ୍ୟରେ ବିଶିଷ୍ଠ ଶିକ୍ଷାବିତ ଅବସର ପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ସଭା ଆୟୋଜନ କରାଯାଇଥିଲା । ମେଣ୍ଢଗ୍ରାମର ଅଭୟ ନୃସିଂହ ମନ୍ଦିର ସିଙ୍ଗଜୋରୀ ମଠ ପ୍ରାଙ୍ଗଣରେ ପ୍ରିୟ ଗୀତିକାର ଉଦୟଶ୍ରୀ ଜେନାଙ୍କର ସୁମାନ ଧନ୍ୟ ଗୀତ ଗିତୀକାର ସ୍ୱର୍ଗତଃ ତୁମେତ ଶ୍ୟାମ ସୁନ୍ଦର ହେ ମଣିମା ତୁମେତ ଲବଣୀ ଚୋର ଏହି ଗୀତ ଉଦୟଶ୍ରୀଙ୍କର କଣ୍ଠରୁ ଶ୍ରୋତାମାନେ ଶୁଣୁଥିଲେ । ଯାହାକି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ଜଣେ ସୁନାମ ଧନ୍ୟ ଗୀତିକାର ଶିବ ପ୍ରଶାଦ ଦାସ ଏହି ଗୀତକୁ ଗାନ କରିଥିଲେ । ଉଦୟଶ୍ରୀ ସାଂସ୍କୃତିକ ପରିଷଦ ପକ୍ଷରୁ ଶିଶୁ ସାହିତିକ ବିରଷ୍ଠ କବି ଡ.ରାଜ କିଶୋର ପାଢ଼ୀ ସମ୍ବର୍ଦ୍ଧିତ ହୋଇଥେôଲ । ଗୀତିକାର ଶିବ ପ୍ରଶାଦ ଦାସଙ୍କୁ ସମ୍ବର୍ଦ୍ଦୀତ କରାଯାଇଥିଲା । ପରିବେଶବିତ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିଶ୍ୱଭୁଷଣ ଜେନାଙ୍କୁ ସମ୍ବର୍ଦ୍ଦିତ କରାଯାଇଥିବା ବେଳେ, ଲାଙ୍ଗୁଡ଼ି ସୁରକ୍ଷାମଞ୍ଚ ଶ୍ରୀଯୁକ୍ତ ଆଲୋକ ଜେନାସାମନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ପଶାନ୍ତ ସାହୁ ଯୋଗଦେଇ ଉଦୟଶ୍ରୀଙ୍କ ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ବିରିଷ୍ଠ ଉପଦେଷ୍ଠା ନାରାୟଣ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବହୁ କବି ତାଙ୍କ କବିତା ପାଠ କରିଥିବା ବେଳେ, ପ୍ରଥମ ଏବଂ ଦ୍ୱିତୀୟ ଏବଂ ତୃତୀୟରେ କବିତା ଏବଂ ପ୍ରବନ୍ଧରେ ଭାଗ ନେଇଥିବା କୃତି ପ୍ରତିଯୋଗିଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସଙ୍ଗିତ ନିର୍ଦ୍ଦେଷକ ନିହାର ରଂଜନ ପତି, ଉପେନ୍ଦ୍ର ସାହାଣୀ ଧନ୍ୟବାଦ ଦେଇଥେôଲ । ଏହି କାର୍ଯ୍ୟକ୍ରମକୁ ଉଦୟଶ୍ରୀ ସାଂସ୍କୃତିକ ପରିଷଦର କାର୍ଯ୍ୟକର୍ତ୍ତା ମନୋଜ ଜେନା, ଉତ୍କଳ କେଶରୀ ଜେନା ପ୍ରମୁଖ ପରିଚାଳନା କରିଥିଲେ ।
ଉଦୟଶ୍ରୀ ଜନ୍ମ ଜୟନ୍ତି ଅବସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ
|
September 22, 2025 |



