କେନ୍ଦ୍ରାପଡ଼ା, ୧୭/୧/୨୦୨୦ (ସନ୍ଧାନ ନିଉଜ) : କେନ୍ଦ୍ରାପଡ଼ା ରାଜନଗର ସମୁଦ୍ରରେ ନିଖୋଜ ଥିବା ମଟର ଲଞ୍ଚ ଉଦ୍ଧାର ହୋଇଛି । ଧାମରା ସାମୁଦ୍ରିକ ଥାନା ସ୍ପିଡ଼୍ ବୋଟ୍ ଦ୍ୱାରା ଉଦ୍ଧାର ହୋଇଥିଲା । ସେହି ଲଞ୍ଚରେ ଥିବା ସମସ୍ତ ୩୦ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଘନକୁହୁଡ଼ି ଯୋଗୁଁ ଫସିଥିଲା ମଟର ଲଞ୍ଚ ଏମଏଲ ଗଙ୍ଗା । ସକାଳୁ ଦୀର୍ଘ ୫ଘଣ୍ଟାଧରି ସମୁଦ୍ରରେ ଯାତ୍ରୀମାନେ ଫସି ରହିଥିଲେ ।
ଉଦ୍ଧାର ହେଲା ଫସିଥିବା ମଟର ଲଞ୍ଚ
|
January 17, 2020 |
![ଉଦ୍ଧାର ହେଲା ଫସିଥିବା ମଟର ଲଞ୍ଚ](https://sandhannews.com/wp-content/themes/mts_newsonline/images/nothumb-featuredfull.png)