ଉତ୍ତର ଭାରତରେ ପ୍ରବଳ ଶୀତଲହରୀ : ବରଫ ପାଲଟିଲା ଡାଲ୍‍ ହ୍ରଦର ଜଳ

Spread the love

ନୂଆଦିଲ୍ଲୀ,  ୩୦/୧୨ (ସନ୍ଧାନ ନିଉଜ) : ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଜାରି ରହିଛି । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ହରିଆଣା ସରକାର ଦୁଇ ଦିନପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ରେଳ, ସଡ଼କ ଓ ଆକାଶମାର୍ଗରେ ପରିବହନ ବାଧାପ୍ରାପ୍ତ ହୋଇଛି।

ସୋମବାର ସକାଳେ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରବଳ କୁହୁଡ଼ି ଯୋଗୁଁ ଟ୍ରେନ୍‍ ଏବଂ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ବିମାନ ବନ୍ଦରରୁ ଆଜି ୧୬ଟି ବିମାନର ଗତିପଥକୁ ବଦଳା ଯାଇଥିବା ବେଳେ ୪ଟିର ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଜାତୀୟ ରାଜଧାନୀଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୯ଦଶମିକ୍‍ ୪ ଡିଗ୍ରୀ ସେଲ୍‍ସିୟସ୍‍ ଥିବା ବେଳେ ସର୍ବନିମ୍ନ
ତାପମାତ୍ରା ୨ଦଶମିକ୍‍ ୬ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି। କାଶ୍ମୀର ଉପତ୍ୟକାରେ ମଧ୍ୟ ପ୍ରବଳ ଶୀତଲହରୀ ଅବ୍ୟାହତ ରହିଛି ।

ଶ୍ରୀନଗର ଠାରେ ରବିବାର ରାତିରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୬.୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ କରାଯାଇଛି । ଏହି ହିମପ୍ରବାହ ଯୋଗୁଁ ଶ୍ରୀନଗରସ୍ଥିତ ବିଶ୍ୱପ୍ରସିଦ୍ଧ ଡାଲ୍‍ ହ୍ରଦର ପାଣି ବରଫ ପାଲଟିଥିବା ବେଳେ ପାଇପ୍‍ ଯୋଗେ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Related Posts

About The Author

Add Comment