ଢେଙ୍କାନାଳ, ୨୫/୧୦/୨୦୨୨ (ସନ୍ଧାନ ନିଉଜ) ଆଜି ଉତ୍କଳ ସର୍ବୋଦୟ ମଣ୍ଡଳ ଢେଙ୍କାନାଳ ର ଜିଲ୍ଲା କମିଟି ଗଠିତ ହୋଇଯାଇଛି l ପ୍ରତିଟି ମଣିଷ ହାତକୁ କର୍ମ ସଂସ୍ଥାନ ଯୋଗାଇବା ଓ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଯେଉଁ ବିଚାର ଭାରତବର୍ଷକୁ ପ୍ରଦାନ କରିଥିଲେ, ତାହା ହୋଉଛି ସର୍ବୋଦୟ I ଗାଁ ଗାଁ ରେ ଲୋକଙ୍କ ଆଜିର ଶଙ୍କଟ କବଳରୁ ବଞ୍ଚାଇବା ପାଇଁ ଢେଙ୍କାନାଳ ଜିଲ୍ଲାକୁ ସର୍ବୋଦୟ ଆନ୍ଦୋଳନ ସହିତ ସାମିଲ ହେବାର ଆବଶ୍ୟକତା ରହିଛି ଢେଙ୍କାନାଳ ସହର ସ୍ଥିତ ପିପାର କାର୍ଯ୍ୟଳୟ ଠାରେ ଶଙ୍କର୍ଷଣ ଶତପଥୀଙ୍କ ସଭାପ୍ତିତ୍ୱରେ ଆୟୋଜିତ ସଭାରେ ଅଖିଳ ଭାରତ ସର୍ବୋଦୟ ସର୍ବୋଦୟ ମଣ୍ଡଳର ପ୍ରଭାରୀ ଡଃ ବିଶ୍ୱଜିତ ରାଏ,ଉତ୍କଳ ସର୍ବୋଦୟ ମଣ୍ଡଳର ପ୍ରତିନିଧି ମିହିର ପ୍ରତାପ ଦାଶ ମତବେକ୍ତ କରିଥିଲେ l
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଶତପଥୀଙ୍କ ସଂଯୋଜନାରେ ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଗଠନ କରାଯାଇ ସଭାପତି ଭାବେ ପ୍ରଦୂନ୍ମ ରଥ ଙ୍କୁ ମନୋନୀତ କରାଯାଇଥିବା ବେଳେ ପତିତ ପାବନ ରାଉତ ରାଜ୍ୟ ସେବା ସଂଘ ର ସଦସ୍ୟ,ଅନ୍ତର୍ଜାମୀ ବରାଳକୁ କାର୍ଯ୍ୟକାରି ସଭାପତି, ରୁଦ୍ର ନାରାୟଣ ମିଶ୍ର ସମ୍ପାଦକ, ବିପିନ ବିହାରୀ ଶତପଥୀ ଯୁଗ୍ମ ସମ୍ପାଦକ, ପ୍ରାଦୁମ୍ନ କୁମାର ପଣ୍ଡା, ସୟଦ ସଫିକ ଅଲ୍ଲୀ,ପ୍ରେମାନନ୍ଦ ରାଉତ, ଶ୍ରୀକାନ୍ତ କୁମାର ବେହେରା, ଅଜିତ କୁମାର ସିଂ,ପ୍ରମୁଖ ମନୋନୀତ ହୋଇଥିଲା,ବୈକୁଣ୍ଠ ବିହାରୀ ସ୍ୱାଇଁ,ପ୍ରଳୟ କୁମାର ଦାଶ,ଅଞ୍ଜନ କୁମାର ପାଲ,ଅଜିତ କୁମାର ମହାନ୍ତି,କ୍ଷୀରୋଦ ଚନ୍ଦ୍ର ନାୟକ,ସର୍ବୋଦୟ ମିତ୍ର ଭାବେ ଗ୍ରହଣ କରାଯାଇଥିଲା l ସର୍ବୋଦୟ ଯୁବା ବାହିନୀ ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୟ ସମିତି ସଦସ୍ୟ ମାନସ ପଟନାୟକ ଓ ଦୀପ୍ତି ମୟ ନାୟକ ଏହି ସଭାରେ ଉପସ୍ଥିତ ଥିଲା ବେଳେ ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ରାମଚନ୍ଦ୍ର ଶୁକ୍ଳ,ପର୍ଯ୍ୟବେକ୍ଷକ,ଓ ଦେବବ୍ରତ ରାଉତ ସହ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ



