ଉତ୍କଳ ଦିବସ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

Spread the love

ଭୁବନେଶ୍ଵର,୦୨/୦୪ (ସନ୍ଧାନ ନିୟୁଜ) : ଉତ୍କଳ ଦିବସ ଅବସରରେ ଆଜି ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟରରେ ଲେଖିଛନ୍ତି ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା। ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିପ୍ରିୟ ଓ ସମୃଦ୍ଧଶାଳୀ ହେଉ ଏହା ହିଁ ମୋର କାମନା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ। ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓଡିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହ ସଂପ୍ରତି କରୋନା ବିରୋଧରେ ଓଡିଶାର ଲଢେଇରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟରରେ ଲେଖିଛନ୍ତି ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ୱାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ୱାଭିମାନୀପଣିଆ ଦୁନିଆକୁ ଦେଖାଇବାର ସମୟ।

Related Posts

About The Author

Add Comment