ଇନ୍ଧନ ଗ୍ୟାସ ବୋଝେଇ ଟ୍ରକରେ ନିଆଁ ଲାଗିଲା,ଅଗ୍ନିସମ ବିଭାଗ ନିଆଁକୁ କଲେ ଆୟତ

Spread the love

ସୁନ୍ଦରଗଡ ତା:୨/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସଦର ଥାନା ଅନ୍ତର୍ଗତ ରାଜ୍ୟରାଜପଥ ୧୦ ରସରାଜପୁର ମୁଖ୍ୟ ରାସ୍ତାରେ ଇନ୍ଧନ ଗ୍ୟାସ ବୋଝେଇ ଟ୍ରକରେ ନିଆଁ  ଲାଗିଯାଇଥିଲା । ଗାଡିର ଚାଳକ  ଅଗ୍ନିସମ ବିଭାଗକୁ ଅବଗତ କଲାପରେ ଅତିଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ସକାଳ ସମୟରେ ହୋଇଥିବାବେଳେ ଉକ୍ତ ଗାଡି (ଓଡ଼ି0୪-୩୩୪୨)ଟ୍ରକ ଝାରସୁଗୁଡ଼ାରୁ ରାଉରକେଲାକୁ ୩୨୪ଟି ଇନ୍ଧନ ଗ୍ୟାସ ସିଲିଣ୍ଡର ଯାଉଥିବା ବେଳେ ଏହି ଘଟଣା ଘଟିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ନ ହେବା  ଜଣାପଡିଛି । ଅଗ୍ନିସମ ବିଭାଗର ସାହସିକତା ଯୋଗୁଁ ଧନ ଜୀବନର ସୁରକ୍ଷା ହୋଇଥିବା ଅଂଚଳରେ  ଚର୍ଚ୍ଚାର ବିଷୟ ପାଲଟିଛି । ଗାଡିର କେବିନରେ ସଟ ସର୍କିଟ ଯୋଗୁଁ ଘଟଣା ଘଟିଥିବାର ପୋଲିସ ତଦନ୍ତରେ ଜଣାପଡିଛି ।

Related Posts

About The Author

Add Comment