ସୁନ୍ଦରଗଡ଼ ତା: ୨୭/୨/୨୦୨୬( ସନ୍ଧାନ ନ୍ୟୁଜ) ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ଗଠନ କରିଛନ୍ତି। କିନ୍ତୁ ଏବେ ଏହି ମନ୍ଦିର ଗୁଡ଼ିକ ଅନ୍ଧାରରେ ବୁଡ଼ି ରହିଛି। ବିଦ୍ୟୁତ୍ ଅଭାବରୁ ରୋଗୀଙ୍କ ଜୀବନ ସହିତ ଖେଳ ଖେଳାଯାଉଥିବା ଭଳି ଅଭିଯୋଗ ଆସୁଛି।ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରୁ ଆସୁଥିବା ଚିତ୍ର ଅତ୍ୟନ୍ତ ଚିନ୍ତାଜନକ। ସୂଚନା ଅନୁସାରେ ବାଲିସଙ୍କରା ବ୍ଲକ ଅନ୍ତର୍ଗତ ସିକାଜୋର ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଥିବା ବିଦ୍ୟୁତ ଟ୍ରାଂଶ ଫାର୍ମର ବିପଦ ଜନକ ସ୍ଥିତିରେ ରହିଥିବା ବେଳେ ପରିସରରେ ଲାଗିଥିବା ସୋଲାର ଲାଇଟ୍ କିଛି କାର୍ଯ୍ୟକୁ ଆସି ପାରୁ ନି । ବିଦ୍ୟୁତ୍ କାଟ ସମୟରେ ତାର ବିକଳ୍ପ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରୁ ନି । ଅନେକ ସମୟରେ ବିଦ୍ୟୁତ୍ କାଟ୍ ଯୋଗୁଁ ଡାକ୍ତର ଓ ନର୍ସମାନେ ମୋବାଇଲ୍ ଟର୍ଚ୍ଚ ଆଲୁଅରେ ରୋଗୀଙ୍କୁ ଇଞ୍ଜେକସନ୍ ଦେବା ସହ ଜରୁରୀକାଳୀନ ଚିକିତ୍ସା କରୁଛନ୍ତି। ବିଦ୍ୟୁତ୍ ବ୍ୟାକଅପ୍ ପାଇଁ ଇନଭର୍ଟର ବା ଜେନେରେଟର ସୁବିଧା ନଥିବାରୁ ପରିସ୍ଥିତି ରେ ଅନେକ ପ୍ରଶ୍ନ ଉପୁଜୁଛି।
ବିଦ୍ୟୁତ୍ ସଂଯୋଗରେ ତ୍ରୁଟି ଏବଂ ବ୍ୟାକଅପ୍ ବ୍ୟବସ୍ଥା ନାହିଁ । ଜରୁରୀକାଳୀନ ସମୟରେ ଅନ୍ଧାରରେ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ଯିବାର ଭୟ ରହୁଛି। ରୋଗୀଙ୍କୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଆସିଲେ ପଙ୍ଖା ଚାଲୁନାହିଁ କି ଆଲୁଅ ନାହିଁ। ଅନ୍ଧାରରେ କେମିତି ଚିକିତ୍ସା ହେବ? ଯଦି କିଛି ଅଘଟଣ ଘଟେ, ଦାୟୀ କିଏ ରହିବ?ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଆୟୁଶ୍ମାନ ଯୋଜନାକୁ ନେଇ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ ରହିଛି। ଏବେ ଦେଖିବାକୁ ବାକି ରହିଲା କେବେ ଏହି ଆୟୁଶ୍ମାନ ଆରୋଗ୍ୟ ମନ୍ଦିରରେ ବିଦ୍ୟୁତ୍ ବ୍ୟବସ୍ଥା କେବେ ସୁଧୁରୁଛି ଏବଂ ରୋଗୀଙ୍କୁ ନିରାପଦ ଚିକିତ୍ସା ମିଳୁଛି।
ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ରେ ବିଦ୍ୟୁତ୍ ଥିବା ନ ଥିବାକୁ ନେଇ ଜୀବନ ଯିବାର ଆଶଙ୍କା
|
February 27, 2026 |



