ବାରିପଦା, ୦୨.୦୨.୨୦୨୧(ସନ୍ଧାନ ନିଉଜ୍):- ଫେବୃଆରୀ ମାସର କରୋନା ଗାଇଡ୍ଲାଇନ୍ ଜାରି ପରେ ଆଜି ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଘୋଷଣା କରିଛନ୍ତି। କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ପରେ ରାଜ୍ୟରେ ପ୍ରଥମ କରି ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ଶେଷ ସେମିଷ୍ଟାର ପାଇଁ ସ୍କୁଲ ଓ କଲେଜ୍ ଖୋଲା ଯାଇଥିଲା। ଏହା ପରେ ସରକାର ପର୍ଯ୍ୟାୟ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରସ୍ତୁତି କରିଛନ୍ତି। ଏହି କ୍ରମରେ ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବା ନେଇ ରାଜ୍ୟ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୮ ତାରିଖରୁ ଖୋଲିବ ନବମ ଏବଂ ଏକାଦଶ। ଏ ନେଇ ଏସ୍ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏସଓପି ଅନୁଯାୟୀ ଫେବୃଆରୀ ୮ରୁ ଏପ୍ରିଲ ୩୦ ତାରିଖ ଯାଏ କ୍ଲାସ ଚାଲିବ। ଏହା ପୂର୍ବରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଶ୍ରେଣୀ ଖୋଲି ସାରିଛି। କରୋନା ଗାଇଡ୍ଲାଇନ୍ ଅନୁଯାୟୀ ପାଠପଢା ଜାରି ରହିବ। ଉଲ୍ଲେଖଯୋଗ୍ୟ, ଫେବୃଆରୀ କରୋନା ଗାଇଡ୍ଲାଇନ୍ରେ କେନ୍ଦ୍ର ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁମତି ଦେଇଛନ୍ତି।
ଆସନ୍ତା ୮ ରୁ ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବ ; ରାଜ୍ୟ ସରକାର
|
February 2, 2021 |
![](https://sandhannews.com/wp-content/uploads/2021/02/kk-37.jpg)