ଆସନ୍ତା ୮ ଓ ୯ ତାରିଖରେ ବନ୍ଦ ରହିବ ବ୍ୟାଙ୍କ, ଏଟିଏମ୍‌ ସେବା ବି ହେବ ବାଧାପ୍ରାପ୍ତ!

Spread the love

ନୂଆଦିଲ୍ଲୀ,  ୬/୧ (ସନ୍ଧାନ ନିୟୁଜ) : ଜାନୁଆରି ୮ ଓ ୯ ତାରିଖରେ ପୂରା ଦେଶରେ ବ୍ୟାଙ୍କ୍‌ ବନ୍ଦ ରହିବା ସହ ଏଟିଏମ୍‌ ସେବା ବାଧାପ୍ରାପ୍ତ ହୋଇପାରେ। କେନ୍ଦ୍ର ସରକାରଙ୍କ ‘ଶ୍ରମିକ ବିରୋଧୀ ନୀତି’କୁ ବିରୋଧ କରି ଦେଶର ସମସ୍ତ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ୍‌ କର୍ମଚାରୀମାନେ ଏହି ଦୁଇ ଦିନିକିଆ ବ୍ୟାଙ୍କ୍‌ ଧର୍ମଘଟ କରିବେ ବୋଲି ସୂଚନା ରହିଛି।

ଏ ନେଇ ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଏମ୍ପ୍‌ଲୋଇଜ୍‌ ଆସୋସିଏସନ ଏବଂ ବ୍ୟାଙ୍କ୍‌ ଏମ୍ପ୍‌ଲୋଇଜ୍‌ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଆସୋସିଏସନ(ଆବିଏ)କୁ ସୂଚନା ଦିଆଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ମଧ୍ୟ ଜାତୀୟ ସ୍ତରୀୟ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦିଆଯାଇଛି।

ଏହି ଧର୍ମଘଟ ହେବା ଦ୍ୱାରା ବ୍ୟାଙ୍କ୍‌ କାର୍ଯ୍ୟ ସହ ଏଟିଏମ୍‌ ସେବା ବି ପ୍ରଭାବିତ ହୋଇପାରେ ବୋଲି ବ୍ୟାଙ୍କ୍‌ଗୁଡ଼ିକ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ‘ବ୍ୟାଙ୍କ୍‌ ଅଫ୍‌ ବରୋଦା’ ସହ ‘ବିଜୟ ବ୍ୟାଙ୍କ୍‌’ ଓ ‘ଡେନା ବ୍ୟାଙ୍କ୍‌’ ମିଶିଯିବାକୁ ବିରୋଧ କରି ବ୍ୟାଙ୍କ୍‌ କର୍ମଚାରୀମାନେ ଧର୍ମଘଟ କିରିଥିଲେ। ସେ ସମୟରେ ମଧ୍ୟ ଉଭୟ ବ୍ୟାଙ୍କ୍‌ ଓ ଏଟିଏମ୍‌ ସେବା ପାଇବାରୁ ଗ୍ରାହକ ବଞ୍ଚିତ ହୋଇଥିଲେ।

Related Posts

About The Author

Add Comment