ବାରିପଦା,୩୧/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ । ତାପମାତ୍ରା ସ୍ବାଭାବିକଠୁ କମିବ ଆସନ୍ତା ୨ଦିନ ରାଜ୍ୟରେ ଏଭଳି ପାଗ ରହିବ । ଏହା ସହିତ ବିଭିନ୍ନ ସ୍ଥାନରେ କୁହୁଡ଼ି ଜାରି ରହିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ଆଜି ସକାଳ ପର୍ଯ୍ୟନ୍ତ କଟକ, ଜଗତସିଂହପୁର,ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଭଦ୍ରକ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ୨ରୁ୩ ସେଲସିୟସ୍ତାପମାତ୍ରା କମିବା ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୪° ସେଲସିୟସ୍ କମିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।
ଅପରପକ୍ଷେ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ୨ ତାରିଖରୁ ଉତ୍ତର ସୀମାନ୍ତି ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ। ୨ରୁ ୫ ତାରିଖ ମଧ୍ୟରେ ୩ରୁ ୪ଡିଗ୍ରୀ ସେଲସିୟସ୍ ବଢ଼ିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୩ରୁ ୫ତାରିଖ ମଧ୍ୟରେ ପ୍ରାୟ ୨ ସେଲସିୟସ୍ ବଢ଼ିବ । ଭୁବନେଶ୍ବର ଓ କଟକରେ ୪ରୁ ୬ ତାରିଖ ମଧ୍ୟରେ ୨° ସେଲସିୟସ୍ ବଢ଼ିବ । ୭ରୁ ପୁଣି ଥଣ୍ଡା ବଢ଼ିବ ବୋଲିବ ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ବୁଧବାର ରାଜ୍ୟର ଅଧୂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ମଙ୍ଗଳବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫° ସେଲସିୟସ୍ ଥିବା ବେଳେ ବୁଧବାର ଏହା ୨ଡିଗ୍ରୀ ବଢ଼ି ୭.୫° ସେଲସିୟସ୍ରେ ପହଞ୍ଚିଛି । ଅପରପକ୍ଷେ ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫° ସେଲସିୟସ୍ ଥିବା ବେଳେ ଆଜି ୯ ସେଲସିୟସ୍ରେ ପହଞ୍ଚିଛି । ରାଜଧାନୀ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ° ସେଲସିୟସ୍ ଓ ପୁରୀରେ ୧୭ ସେଲସିୟସ୍ରେ ପହଞ୍ଚିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।



