ସୁନ୍ଦରଗଡ଼ ତା:୧୦/୨/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆସନ୍ତା ୧୨ ତାରିଖରେ ସାରା ଦେଶ ସହିତ ଓଡ଼ିଶାରେ ଅଖ ଚକ୍ ବନ୍ଦ ରହିବ । ଆଗାମୀ ୧୨ ତାରିଖରେ ଟ୍ରେଡ ୟୁନିୟନ୍ ବନ୍ଦ ଡାକରା ଦେବା ସହିତ ସରକାରୀ ଓ ସମସ୍ତ ଦଳକୁ ଏଥିରେ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ବିଶେଷ କରି ଶ୍ରମିକ ନୀତି ଉପରେ ବିଶେଷ ଦୃଷ୍ଟି ଦେଇଥିବା ଜଣାପଡିଛି । ଏଠାରେ ଗରିବ ଆହୁରି ଗରିବ ହେଉଥିବାବେଳେ ଧନୀ ଆହୁରି ଧନୀ ହେବାରେ ଲାଗିଛି। ଏଥିପାଇଁ ଶ୍ରମିକର ଅସ୍ଥିତ୍ୱକୁ ବଞ୍ଚାଇବା ପାଇଁ ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ଦେଶରେ ୪୯ କୋଟି ଶ୍ରମିକ ଥିବା ଆକଲନ ଥିବା ବେଳେ କାର୍ଯ୍ୟକମ୍ ହୁଏ ଓ ମଜୁରୀ କମ ହୁଏ ତାହେଲେ ଗରିବ ଆହୁରି ଗରିବ ହେବା ସ୍ଵାଭାବିକ ଯାହା ପୁଞ୍ଜିପତି ମାନଙ୍କ କମ୍ପାନୀରେ ଶ୍ରମିକ କମ ଦରମାରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।ସୂଚନା ଅନୁସାରେ ୪୪ ଟି ଶ୍ରମ ଆଇନ କୁ ପରିବର୍ତ୍ତନ କରି ଶ୍ରମ କୋଡ଼ କରାଯିବା, ମଧ୍ୟବିତ୍ତ ଉପରେ ମାହାଙ୍ଗା ମାଡ,ଗରିବ ଆହୁରି ଗରିବ ହେବା, ସରକାରଙ୍କ କର୍ପୋରେଟ ପ୍ରୀତି ଜାଗିରହିବା, ଶ୍ରମଜୀବୀ ଓ କୃଷି ଶ୍ରମିକ ପ୍ରତି ଅବହେଳା ହେବା କାରଣରୁ ସାରା ଦେଶରେ ୧୯ ଟି ଟ୍ରେଡ୍ ୟୁନୀୟନ୍ ଅଖ ଚକ ଆସନ୍ତା ୧୨ ତାରିଖରେ ବନ୍ଦ କରିବାର ସୂଚନା ରହିଛି ।ଏଥିରେ ପ୍ରତ୍ୟେକ ସାଧାରଣ ଜନତାଙ୍କୁ ସହଯୋଗ କାମନା କରିଥିବା ଜଣାପଡିଛି ।
ଆସନ୍ତା ୧୨ ତାରିଖରେ ସମଗ୍ର ଭାରତ ବନ୍ଦ ,
|
February 10, 2026 |



