ଆସନ୍ତା କାଲିଠାରୁ ସବଡେଗାରେ ବ୍ଲକ ସ୍ତରୀୟ ଫୁଟବଲ ଟୁନାମେଣ୍ଟର ଶୁଭାରମ୍ଭ

Spread the love

ସୁନ୍ଦରଗଡ ତା:୨୪/୮/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗା ବ୍ଲକ ସ୍ଥିତ ଗାଇବିରା ଉଚ୍ଚ ବିଦ୍ୟାଲୟ ଖେଳ ପଡ଼ିଆରେ ୧୪ ଗୋଟି ପଞ୍ଚାୟତର ୨୪ ଟି ଗ୍ରାମାଞ୍ଚଳର ଫୁଟବଲ ଟିମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଫୁଟବଲ ଟୁନାମେଣ୍ଟ ଆସନ୍ତା ୨୫ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ୫ଦିନ କାର୍ଯ୍ୟକ୍ରମ ରହିବ । ବିଜେତା ଦଳକୁ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଖେଳିବାର ସୁଯୋଗ ମିଳିବ ବୋଲି ସୁତ୍ରରୁ ପ୍ରକାଶ । ଏହା ସହିତ ବହୁତ ଆକର୍ଷଣୀୟ ପୁରସ୍କାର ସହିତ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ । ଖେଳ କିପରି ଭାବରେ ସଂଚାଳନ କରାଯିବ ତା ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ସମାଜସେବୀ ନିଳାଧର କାଲୋଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା
ମିଳିଛି ।

Related Posts

About The Author

Add Comment