ରାଉରକେଲା, ୭/୧/୨୦ (ସନ୍ଧାନ ନିଉଜ) : ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ରାଜ୍ୟ ସମେତ ରାଉରକେଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଆଜି ଏହି ସୂଚନା ଦେଇଛନ୍ତି। ଏନ୍ଡିଏ ସରକାରଙ୍କ ‘ଦମନକାରୀ ନୀତି’ ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ ସହ କଂଗ୍ରେସ ନୈତିକ ସମର୍ଥନ ଦେବ ବୋଲି କହିଛି। ଫଳରେ ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କସେବା ପ୍ରଭାବିତ ହେବ।
ଆସନ୍ତାକାଲି ଭାରତ ବନ୍ଦ ଯୋଗୁଁ ରାଉରକେଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ
|
January 7, 2020 |