ଆରଡିସି ୨୦୨୬ ପାଇଁ ଛାତ୍ର କୁ ସମ୍ବର୍ଦ୍ଧନା

Spread the love
ନେମାଳ ୭/୨/୨୬ (ସନ୍ଧାନ ନ୍ୟୁଜ)  ଆରଡିସି ୨୦୨୬ ନୂଆ ଦିଲ୍ଲୀ ଗଣତନ୍ତ୍ର ଦିବସ ଶିବିର ରେ ଅଂଶଗ୍ରହଣ କରିଥିବା ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ସିପିଏଲ୍ ହରେକୃଷ୍ଣ ଗୋଚ୍ଛାୟତଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଶଙ୍କର ପ୍ରସାଦ ନାୟକ ଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଅଛି। ଏହି ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥି ଭାବେ ଫାଷ୍ଟ ଓଡ଼ିଶା ଅର୍ଟିଲାରି ବ୍ୟାଟେରୀ ଏନସିସି ର ଜେସିଓ ସୁବେଦାର୍ ସନ୍ଦୀପ ପାଟିଲ ଙ୍କ ସହ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଶ୍ରୀ ଗଗନ ବିହାରୀ ଦାସ, ପ୍ରାଧ୍ୟାପକ ବିପିନ ବିହାରୀ ଦାସ, ଅଧ୍ୟାପକ ବିକାଶ ରଞ୍ଜନ ବେହେରା ଓ ଅଧ୍ୟାପକ ସୂର୍ଯ୍ୟକାନ୍ତ ଥାପା ଯୋଗ ଦେଇ ଆରଡିସି କ୍ୟାଡେଟକୁ ସମ୍ମାନିତ କରିଥିଲେ। ଏହି ସମ୍ବର୍ଦ୍ଧନା ସମାରୋହ କୁ ମହାବିଦ୍ୟାଳୟ ଏନସିସି ର ମୁଖ୍ୟ ଅଧ୍ୟାପକ ଲେପ୍ଟନାଣ୍ଟ ସୁଶାନ୍ତ କୁମାର ସାହୁ ପରିଚାଳନା କରିବା ସହ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment