ରାଉରକେଲା୧୮/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : କର୍ମଚାରୀମାନଙ୍କୁ ଉଦ୍ୟୋଗୀ ପ୍ରୟାସ ଗ୍ରହଣ ନିମନ୍ତେ ଅନୁପ୍ରେରିତ ପୂର୍ବକ ଇସ୍ପାତ କାରଖାନାର ପ୍ରକ୍ରିୟାବଳୀ ଓ ବୈଷୟିକ ଆର୍ଥିକ ପରିମାପକତାରେ ଅଧିକ ଉନ୍ନତି ହାସଲ ଉଦ୍ଦେଶ୍ୟରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀମାନଙ୍କୁ ‘ଉତ୍କର୍ଷ’ ପୁରସ୍କାର ଯୋଜନା ଅଧୀନରେ ପୁରସ୍କାର ପ୍ରଦାନ କରୁଛି । ଏହି ଯୋଜନା ଅଧୀନରେ କର୍ମଚାରୀ ଦଳ ବିଭିନ୍ନ ବିଭାଗରେ ସ୍ଵତନ୍ତ୍ର କାର୍ୟ୍ୟ ସମ୍ପାଦନ କରୁଛନ୍ତି ଏବଂ ଏଭଳି ଉଦାହରଣୀୟ ପ୍ରୟାସ ନିମନ୍ତେ ସେମାନଙ୍କୁ ପୁରସ୍କୃତ କରାଯାଉଛି ।ଏହି କ୍ରମରେ ସିଣ୍ଟର ପ୍ଳାଣ୍ଟ-୨ ବିଭାଗର ସମ୍ମେଳନ କକ୍ଷଠାରେ ‘ଉତ୍କର୍ଷ’ ଯୋଜନା ଅଧୀନରେ ଏକ ସ୍ଵତନ୍ତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଜିଏମ ସିଣ୍ଟର, ଶ୍ରୀ ପି କେ ଶତପଥି ଅଧ୍ୟକ୍ଷତା କରିଥିଲେ ଏବଂ ୭ ଜଣ କର୍ମଚାରୀଙ୍କୁ ସେମାନଙ୍କର ଉଦାହରଣୀୟ ଯୋଗଦାନ ନିମନ୍ତେ ପୁରସ୍କୃତ କରିଥିଲେ । ଏହି ଅବସରରେ ସିଣ୍ଟର ପ୍ଳାଣ୍ଟ-୨ ବିଭାଗର ଡ଼ିଜିଏମ, ଶ୍ରୀ ଏ ସି ସରକାର, ଡ଼ିଜିଏମ ଇଲେକ୍ଟ୍ରିକଲ, ଶ୍ରୀ ଏସ କେ ପାଢୀ, ଏଜିଏମ ଇନ ଚାର୍ଜ ମେକାନିକାଲ, ଶ୍ରୀ ଆୟାନ ଦେବ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପୁରସ୍କୃତ କର୍ମଚାରୀମାନେ ହେଲେ ବିଭାଗରେ ଏସଓଏସଟି ରୂପେ କାର୍ୟ୍ୟରତ ଶ୍ରୀ କେ କେ ନାୟକ, ଶ୍ରୀ ପି କେ ପଟ୍ଟନାୟକ, ଶ୍ରୀ ଏସ ସାହୁ, ଶ୍ରୀ ଏ କେ ବେହେରା, ଶ୍ରୀ ବି କେ ପ୍ରଧାନ ଏବଂ ଶ୍ରୀ ଏସ ଏନ ନେତି । ଏସପି-୨ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଡ଼ି ବିଶ୍ଵାସ ଏହି କର୍ମଚାରୀ ଦଳର ନେତୃତ୍ୱ ନେଇଥିଲେ । ଏହି ଦଳ ଦ୍ଵାରା ସମ୍ପାଦିତ ପ୍ରକଳ୍ପର ଶୀର୍ଷକ ହେଲା, “ଲାଇମ ହାମର କ୍ରସର କପ୍ଲିଙ୍ଗରୁ କର୍ଭ ଟିଥ ଗିୟର କପ୍ଲିଙ୍ଗରେ ପରିବର୍ତ୍ତନ”।ଏହି ପ୍ରକଳ୍ପ ଫଳରେ ଯନ୍ତ୍ରୋପକରଣ ଉପଲବ୍ଧତାରେ ବୃଦ୍ଧି ଘଟିବା ସଙ୍ଗେସଙ୍ଗେ ଏହା ରକ୍ଷଣାବେକ୍ଷଣ ଅନୁକୂଳ ହୋଇପାରିଛି । କାର୍ମିକ ବିଭାଗର ସିନିୟର ମ୍ୟାନେଜର, ସୁଶ୍ରୀ ଆର ଏସ ଏକ୍କା କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ।
ଆରଏସପି ସିଣ୍ଟର ପ୍ଳାଣ୍ଟ-୨ ବିଭାଗର କର୍ମଚାରୀ ‘ଉତ୍କର୍ଷ’ ଯୋଜନା ଅଧୀନରେ ପୁରସ୍କୃତ
|
September 19, 2019 |