ଜେନାପୁର, ୧୦/୩/୨୦ (ସନ୍ଧାନ ନିଉଜ) : ଗରିବ ଓ ଅସହାୟଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ଆବାସ ଯୋଜନା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ଯୋଜନା କେବଳ ବଡବଡିଆଙ୍କ ପାଇଁ ହୋଇଥିବା ବେଳେ ଗରିବଙ୍କ ପାଇଁ ସାତସପନ ପାଲଟିଛି । ଏଭଳି ଏକ ଉଦାହରଣ ଧର୍ମଶାଳା ବ୍ଲକ ମଧୁପୁରଗଡ଼ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ଶାନ୍ତିଲତା ମିଶ୍ର(୫୫) ସ୍ୱାମୀ -ପ୍ରକାଶ ମିଶ୍ର ଜଣେ ସ୍ୱାମୀ ପରତ୍ୟକ୍ତା ମହିଳା । ଦେହରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା । ଗାଁରେ ଘରଡିହ ଥିଲେ ହେଁ ଘର ନଥିବାରୁ ୧୦କିମି ଚାଲିଚାଲି ଯାଇ ବାପ ଘରେ ରାତ୍ରୀରେ ଆଶ୍ରୟ ନିଅନ୍ତି । ଦୁଇ ଭିନ୍ନକ୍ଷମ ପୁଅକୁ ହରାଇ ସାରିଛନ୍ତି । ଗୋଟିଏ ମାତ୍ର ଝିଅକୁ ବାହା ଦେଇସାରିଛନ୍ତି । ଏବେ ସମ୍ପୁର୍ଣ୍ଣ ଏକୁଟିଆ । ଶଶୁର ଅମଳର ବହୁପୁରୁଣା ଘରଖଣ୍ଡିକରେ ମା, ଓ ପିଲାମାନେ ରହି ଆସୁଥିଲେ ଅର୍ଥ ଅଭାବରୁ ଘର ଛପର କରି ନପାରିବାରୁ ଭାଙ୍ଗିରୁଜି ମାଟିରେ ମିଶିଗଲାଣି । ୧୪ ବର୍ଷର ଭିନ୍ନକ୍ଷମୁଅ ଉପରେ ଭଙ୍ଗା ଘରର କାନ୍ଥ ଭାଙ୍ଗି ପଡିବାରୁ ସସେ ମା,କୁ ଛାଡି ଚାଲିଯାଇଛି । କିଛି ଦିନର ଅନ୍ତରରେ ଆର ପୁଅଟି ମଧ୍ୟ ସମାନ ପରିସି୍ଥତିିରେ ମୃତ୍ୟୁ ବରଣ କରିବାରୁ ମା,ର ମନସ୍ଥାତିତ୍ୱିକ ପରିସ୍ଥିତି ବିଗିଡି ଗଲା । ଚାରି କୁଟୁମ୍ବ କିପରି ଚଳିବେ ସେଥିପାଇଁ କୌଣସି ପନ୍ଥା ନମିଳିବାରୁ ଗାଁ ଲୋକଙ୍କ ସହାୟତାରେ ୧୦୦ଶହ ଟଙ୍କା ମାସିକ ଦରମାରେ ଅଙ୍ଗନବାଡିରେ ସହାୟିକା ଭାବରେ ନିଜ ଗ୍ରାମ ଗଡ଼ମଧୁପୁର ଠାରୁ ଦୁଇକିମି ଭୁବନପୁର ଠାରେ କାମ କଲେ । ଘର ଖଣ୍ଡିକ ସମ୍ପୁର୍ଣ୍ଣ ମାଟିରେ ମିଶି ଯାଇଥିବାରୁ କିପରି କେଉଁଠାରେ ରହିବେ କେହି କିଛି ସାହାଯ୍ୟ ନକରିବାରୁ ବାପଘର ଓଳିକୁ ଆଶ୍ରାକଲେ । ସେ ସମୟରରେ ପିଲା ମାନଙ୍କ ମରଣ ପାଇଁ ସରକାର କୌଣସି ସହାୟତା ଦେଲେନାହିଁଁ । ସକାଳୁ ଚାଲି ଚାଲି ଆସି ଅଙ୍ଗନବାଡିÿ କେନ୍ଦ୍ରରେ ପହଞ୍ଚôବାକୁ ଦୁଇଘଣ୍ଟା ସମୟ ଲାଗୁଥିବାରୁ ଝିଅଟିିର ଭଲମନ୍ଦ ବୁଝବାକୁ କେହି ରହନ୍ତି ନାହିଁ । ବୟସ ହୋଇଜିବାରୁ ଝିଅଟିକୁ ପରଘରେ ରଖି ମାମୁଁଘର ଓ ଭାଇପଡିଶା ମିଶି ବାହାଦେଇଛନ୍ତି । ଏବେ ନିଜ ଭିଟାମାଟିରେ ଘରଟିଏ ନଥିବାରୁ ରହିବାର ସୁଯୋଗ ନାହିଁ । ଘରଡିହ ମଳାକ ମୁକ ସାଖି ହୋଇ ପଡିରହିଛି । ନିିର୍ବାଚନରେ ଭୋଟ ଖଣ୍ଡିଏ ଦେବାକୁ ବାପଘରୁ ଆସନ୍ତି ଶାନ୍ତଲତା । ଗଡମଧୁପୁରର ଠିକଣାରେ ଆଧାର ଓ ପରିଚୟ ପତ୍ର ଅଛି । ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ବାସଗୃହ ନଥିବାରୁ ଗୋଟିଏ ଦିନ ମଧ୍ୟ ଗଡ଼ମଧୁପୁରରେ ରହିପାରନ୍ତି ନାହିଁ । ଯଦି କୌଣସି ଦିନ ରହିବାକୁ ପଡ଼େ ତେବେ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ପଡ଼େ । ପଡ଼ିପତ୍ରଟିଏ ପାଇଛନ୍ତି କୋଉ ମାସରେ ଚାଉଳ ପାଞ୍ଚକିଲୋ ପାଆନ୍ତି କୋଉମାସରେ ନାହିଁ । ଅତ୍ୟନ୍ତ ଶାନ୍ତ ଓ ନିରିହ ଏହି ମହିଳା ଜଣକ ଅନ୍ତରର ସବୁ ଦୁଃଖକୁ ଓଠ ତଳେ ଚାପିରଖି ଭାଗ୍ୟକୁ ଦୋଷ ଦେଇ ଜୀବନ ଜିଇଁଛନ୍ତି । ଜୀବନର ଅବଶିଷ୍ଟ ସମୟ ନିଜ ଶାଶୁଘର ଭିଟା ମାଟିରେ କାଟିବାକୁ ଇଚ୍ଛା ଥିଲେ ହେଁ ବାସଗୃହ ନଥିବାରୁ ତାଙ୍କର ଏହି ଇଚ୍ଚାପୁରଣ ହୋଇପାରୁନାହିଁ । ଗାଁରେ ଘର ଖଣ୍ଡିଏ ଥିଲେ ସେ ସେଠାରେ ମୁଣ୍ଡ ଗୁଞ୍ଜିବା ସହିତ ପ୍ରତ୍ୟହ ପାଦରେ ୧୦କିମି ଚାଲିଚାଲି ଯାତାୟତ କରିବାକୁ ପଡ଼ନ୍ତା ନାହିଁ ବୋଲି କହନ୍ତି । ୩୦ବର୍ଷରେ କେତେ ସରପଞ୍ଚ ଅସିଲେଣୀ ଓ ଗଲେଣୀ କିନ୍ତୁ ଶାନ୍ତିଲତାଙ୍କ ଗୁହାରୀ କାହାରିକୁ ସୁଣାଯାଏ ନାହିଁ । ସତେ ଯମେିତି ସେ ମଧୁପୁରଗଡ଼ ଗ୍ରାମ ପାଇଁ ଅଲୋଡ଼ା । ଏପରିକି ଅନେକ ଥର ଏହି ଘର କଥା କହିବାକୁ ଯାଇ ସେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଠାରୁ କଟୁ ବଚନ(ବିଷ ଖାଇଦେଉନା) ବୋଲି ସୁଣିବାକୁ ମିଳିଛି । କିନ୍ତୁ ଉତ୍ତର ନକରି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ପଚାରିଲେ ହସି ଦେଇ କହନ୍ତି ଆମର କିଏ ଅଛି ଆମପାଇଁ କହିବ । ଏ ସମ୍ବନ୍ଧରେ ମଣ୍ଡଳ ଉନ୍ନୟନ ଅଧିକାରୀ କିମ୍ବା ଜିଲାପାଳଙ୍କୁ କହିଛ କି? ବୋଲି ପ୍ରଶ୍ନର ଉତ୍ତରରେ ତେଲିଆ ମୁଣ୍ଡରେ ତେଲ ମଳି ମୁଣ୍ଡିଆକୁ ପଚାରେ କିଏ ବୋଲି ଓଲଟା ପ୍ରଶ୍ନ କରିଥିଲେ । ତୁମେ ଅଭିଯୋଗ ଦିଅ ପ୍ରଶାସନ ନିଶ୍ଚିତ ତୁମ କଥା ସୁଣିବ ବୋଲି କହିବାରୁ ଆପଣମାନେ ତ ମୋ ଦୁଃଖ ଦେଖୁଛନ୍ତି ଟିକେ ଲେଖିଦିଆ ବୋଲି କୋହ ଭରା କଣ୍ଠରେ କହିଥିଲେ । ଶାନ୍ତିଲତାଙ୍କ ଏହି ଦୁଃଖଭରା ଜୀବନ କାହାଣୀ ସୁଣିଲା ପରେ ସରକାରଙ୍କ ଆବାସ ଯୋଜନା ଯେ ବାଟବଣା ହୋଇଛି ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । ଏହାର ତଦନ୍ତ କରାଯାଇ ମହିଳାଙ୍କୁ ଘର ୍ୋଗାଇଦେବାକୁ ସାଧାରଣରେ ଦାବି ହୋଇଛି । ତେବେ ଆବାସ ଯୋଜନା କାହାପାଇଁ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଆବାସ ଯୋଜନା ବାଟବଣା:୧୦କିମି ଚାଲିଚାଲି ଗଲେ ବାପଘରେ ମିଳେ ରାତ୍ରୀର ଆଶ୍ରୟ
|
March 10, 2020 |
![ଆବାସ ଯୋଜନା ବାଟବଣା:୧୦କିମି ଚାଲିଚାଲି ଗଲେ ବାପଘରେ ମିଳେ ରାତ୍ରୀର ଆଶ୍ରୟ](https://sandhannews.com/wp-content/themes/mts_newsonline/images/nothumb-featuredfull.png)