ବାରିପଦା, ୨୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବ୍ରଶ୍ କରିବା ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ତଥା ଗୁରୁତ୍ଵପୂର୍ଣ୍ଣ କାମ । ଗବେଷକଙ୍କ କହିବାନୁସାରେ ଏହି କାମରେ ହେଳା ହେଲେ ଟୁଥ୍ ବ୍ରଶରୁ ଡାଇରିଆ ତଥା ସ୍କିନ୍ ଇନଫେକ୍ସନ ହୋଇପାରେ । ତେଣୁ ଦାନ୍ତକୁ ସୁସ୍ଥ ତଥା ସୁନ୍ଦର ରଖିବା ପାଇଁ ଟୁଥଵ୍ରଶକୁ ସଫା ରଖିବା ଜରୁରୀ । ଅଧିକାଂଶ ଲୋକେ ଦାନ୍ତ ସଫା କରିବା ପୂର୍ବରୁ ଟୁଥବ୍ରଶକୁ ପାଣିରେ ଓଦା କରିଦିଅନ୍ତି । ଏମିତି କରିବା ଦ୍ବାରା ଟୁଥ୍ ବ୍ରଶର ଦାନ୍ତ ସଫା କରିବା କ୍ଷମତା କମିଯାଏ । ଡାକ୍ତରଙ୍କ କହିବାନୁସାରେ ଏମିତି କରିବା ଦ୍ବାରା ବ୍ରଶ ମଧ୍ୟ ଖରାପ ହୋଇଯାଏ ଏବଂ ଦାନ ମଧ୍ୟ ଠିକ୍ ଭାବେ ସଫା ହୋଇପାରେନି । ଓଦା ଟୁଥବ୍ରଣରେ ଟୁଥପେଷ୍ଟ ଲଗାଇଲେ ପେଷ୍ଟର କ୍ଷମତା ମଧ୍ୟ କମିଯାଏ ଏବଂ ଏହା ଯଥେଷ୍ଟ ପ୍ରଭାବ ପକାଇପାରେନି । ତେଣୁ ଦାନ୍ତ ସଫା କରିବା ପୂର୍ବରୁ ଟୁଥବ୍ରଶକୁ ଓଦା କରନ୍ତୁ ନାହିଁ ଏବଂ ଜରୁରୀ ନଥିଲେ ବ୍ରଶକୁ ଏକ ସେକେଣ୍ଡରୁ ଅଧିକ ସମୟ ପାଇଁ ପାଣି ତଳେ ରଖନ୍ତୁ ନାହିଁ ।
ଆପଣ ବି ଦାନ୍ତ ସଫା କରିବା ପୂର୍ବରୁ ଟୁଥ୍ ବ୍ରଶକୁ ଓଦା କରୁଛନ୍ତି କି!
|
December 28, 2020 |