ଆନ୍ଦୋଳନ ସ୍ଥଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ପାଣିକୋଇଲି ASI

Spread the love


ପାଣିକୋଇଲି, ୧୨ /୧୨/୨୦୨୦ (ସନ୍ଧାନ ନିଉଜ)-ଆଜି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ଥିବା ସମସ୍ତ 450ଟି ଟୋଲଗେଟରେ ଶୁଳ୍କ ଆଦାୟ ବନ୍ଦ ଦାବୀରେ ଚାଷୀ ଆନ୍ଦୋଳନ କରାଯାଉଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟୋଲଗେଟ ମାନଙ୍କରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି l ହେଲ ପାଣିକୋଇଲି ଟୋଲ ଗେଟ ଠାରେ ପାଣିକୋଇଲି ଥାନା asi ଙ୍କ ଡିଉଟିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି l ଆନ୍ଦୋଳନରେ ବେଳେ ବେଳେ ଉତେଜନା ଦେଖାଦିଏ ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଏ l ଏଠି ପ୍ରଶ୍ନ ଉଠୁଛି ଯଦି ଜଣେ କର୍ତବ୍ୟନିଷ୍ଠ ପୋଲିସ asi ଆନ୍ଦୋଳନ ସ୍ଥଳରେ ଏଭଳି ଘୋର ନିଦ୍ରାରେ ଶୋଇବେ ତେବେ ଜନସାଧାରଣ କେତେଦୂର ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନ ଉଠୁଛି l ଟିକେ ଭଲଭାବରେ ଦେଖିନିଅନ୍ତୁ ବାବୁ ଜଣଙ୍କ ପାଣିକୋଇଲି ଥାନାରେ asi ଭାବେ ନିଯୁକ୍ତିରେ ଅଛନ୍ତି କିନ୍ତୁ ଆନ୍ଦୋଳନ ସ୍ଥଳେ ବାବୁ ଜଣଙ୍କ କେମିତି ଦୀର୍ଘ ସମୟ ଘୋର ନିଦ୍ରାରେ ସୋଇଛନ୍ତି l ଆଉ ବାବୁ ଜଣଙ୍କୁ ପଚାରିବାରୁ ସେ କହୁଛନ୍ତି ମୋ ଅଣ୍ଟା ଦରଜ ମୁଁ ବୁଢା ହୋଇଗଲିଣି ଡିପାର୍ଟମେଣ୍ଟ ଟୋକା ମାନଙ୍କୁ ଏଠି ଡ଼ିଉଟିରେ ଲଗେଇବାକଥା l ଏଠି ପ୍ରଶ୍ନ ଉଠୁଛି ଯଦି ପୋଲିସ ନିଜକୁ ବୁଢା ବୋଲି କହି ନିଜକୁ ଏତେ ଦୁର୍ବଳର ପରିଚୟ ଦେବ ତାହେଲେ ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ପୋଲିସ କେତେଦୂର ସମର୍ଥ ତାହା ସାଧାରଣରେ ପ୍ରଶ୍ନ ଉଠୁଛି l

Related Posts

About The Author

Add Comment