କଟକ,(ସନ୍ଧାନ ନ୍ୟୁଜ): ଦୀର୍ଘ ୨୫ ବର୍ଷ ହେଲା ନିୟମିତ ପ୍ରକାଶିତ ହୋଇ ଆସୁଥିବା ଓଡ଼ିଶାର ଅଗ୍ରଣୀ ଧର୍ମ,ସମ୍ବାଦ ଓ ସଂସ୍କାରମୂଳକ ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ଏପ୍ରିଲ ସଂଖ୍ୟା ଏକକ ଅତିଥି ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି l ଫୁଲନଖରା କୁରାଙ୍ଗ ଶାସନ ସ୍ଥିତ ସ୍ୱାମୀ ଶୁଦ୍ଧାନନ୍ଦ ବିଦ୍ୟାଳୟ ପରିସରରେ ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଏହି ପତ୍ରିକାକୁ ଲୋକାର୍ପଣ କରି ଆଜିକାର ହା ହୁତାସମୟ ଜୀବନରେ ଆଧ୍ୟାତ୍ମିକ ପତ୍ରିକାଟିଏ ଶାନ୍ତିର ବାରି ସିଞ୍ଚନ କରି ପାରିବ ବୋଲି ମତ ଦେଇ ପତ୍ରିକାର ଦୀର୍ଘ ଜୀବନ କାମନା କରିଥିଲେ l ପତ୍ରିକାର ମୁଖ୍ୟ ସମ୍ପାଦକ ମହାନ୍ ଗୁରୂ ଡଃ.ଶରତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ମହାନ୍ ସନ୍ଥ ଶ୍ରୀ ସନ୍ନ୍ୟାସୀ ଜୀ,ସ୍ୱାମୀ ଅତ୍ମାନନ୍ଦ ସରସ୍ବତୀ, ବ୍ରାହ୍ମଚାରିଣି ମନୀଷା ଚୈତନ୍ୟ, ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ବଂଶୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ପରିଚାଳନା ସମ୍ପାଦକ ଇଂ.ବିପ୍ଳବ ଦାସ କୃତଜ୍ଞତା ଅର୍ପଣ କରିଥିଲେ l
ଆଧ୍ୟାତ୍ମିକ ପତ୍ରିକା “ଦିବ୍ୟାଲୋକ ସନ୍ଧାନେ”ର ଏପ୍ରିଲ ସଂଖ୍ୟା ଉନ୍ମୋଚିତ l
|
April 5, 2026 |



