ଆଦର୍ଶ ଦମ୍ପତି  ବିକାଶ ଓ ଅଭିଲିପ୍ସାଙ୍କ ସମାଜସେବା  ।

Spread the love
କଟକ ୧୦/୧/୨୬  (ସନ୍ଧାନ ନ୍ୟୁଜ) : ଚାକଚକ୍ୟର ଦୁନିଆରେ କେକ୍ ନଥିଲା । ବଂର ଥିଲା ଗୋଟିଏ ମାଟି ହୁଣ୍ଡି । ହୋଟେଲ ନଥିଲା ମନ୍ଦିରରେ ଚାଲିଥିଲା ମନ୍ତ୍ରଧ୍ୱନୀ । ଉପସ୍ଥିତ ଥିଲେ ସାଧୁ ସନ୍ଥ । ପାଦରେ ସପର୍ପିତ ହୋଇପଡିଥିଲେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଯୁବ ସାମ୍ୱାଦିକ ତଥା ସମାଜସେବୀ ବିକାଶ ଓ ଅଭିଲିପ୍ସା । ଗୋଟିଏ ଅସହାୟ କର୍କଟ ପିଡୀତାଙ୍କ ପାଇଁ ନିଜ ନିର୍ବନ୍ଧକୁ ଉତ୍ସର୍ଗ କରିଥିଲେ ଦୁହେଁ । ହୁଣ୍ଡି ଆଦାୟ କରିବା ସହ ସର୍ବ ସମ୍ମୁଖରେ ଭାଙ୍ଗିଥିଲେ । ସେଥିରୁ ସଂଗୃହିତ ଟଙ୍କାଙ୍କୁ ରୋଗୀଙ୍କ ଚିକିତ୍ସା ଲାଗି ପ୍ରଦାନ କରିଥିଲେ । ଏଭଳି ନିଆରା ଓ ନିଛକ ନିର୍ବନ୍ଧ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ନିମାପଡ଼ାର ସିଦ୍ଧେଶ୍ୱର ମନ୍ଦିରରେ । ଆପଣେଇ ଥିଲେ ଏମିତି କିଛି ନିଆରା ପରମ୍ପରା । କଳ୍ପତରୁ ଆଶ୍ରମର ପୂଜ୍ୟ ଗୁରୁ ବାବା ବ୍ରହ୍ମାନନ୍ଦ ସରସ୍ଵତୀ,ଅଭିରାମ ପରମହଂସଙ୍କ ମଠର ପୂଜ୍ୟ ଗୁରୁ ରାଧାରମଣ ବାବାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ଆମ ସମାଜରେ ସାହାଯ୍ୟର ଆବଶ୍ୟକତା ରହିଛି । ଏହି ମାନସିକତା ଜାରି ରଖିବାକୁ ପଡିବ । ଜୀବନ ଯେତିକି ଦିନି ଅଛି,କିଛି ଛାପ ଚଡ଼ିଲେ ପରବର୍ତୀ ପିଢ଼ି ମନେ ରଖିବ ବୋଲି ଆଦର୍ଶ ଦଂପତି ମତବ୍ୟକ୍ତ କରିଥିଲେ ।  କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ । ଓଡ଼ିଶା ସମାଜସେବୀ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା,ଅର୍ଗସ ଚ୍ୟାନେଲର ମୂଖ୍ୟ ଏଡ଼ିଟର ଦୂର୍ଗାଶିଶ,ଫୋକୋସ ପ୍ଲସର ମୁଖ୍ୟ ସୁଧାଂଶୁ ରାଉତ,ଅର୍ଗସ ଡିଜିଟାଲ ମୁଖ୍ୟ ସଂଗ୍ରାମ ଷଡ଼ଙ୍ଗୀ,ଓଟିଭିର ବରିଷ୍ଠ ରିପୋର୍ଟର ଲକ୍ଷ୍ମୀନାରାୟଣ କାନୁନଗୋ, ଜ୍ଞାନଦର୍ଶୀ ସାହୁ,ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ,ସମ୍ପାଦକ ଚନ୍ଦ୍ରକାନ୍ତ ବରାଳ,ଲୋକୋ ପାଇଲଟ ତଥା ସମାଜସେବୀ ବାସୁଦେବ ପାତ୍ରଙ୍କ ସମେତ ବହୁ ବରେଣ୍ୟ ଅତିଥି ଉପସ୍ଥିତ ଥିଲେ । ଏଭଳି ନିଆରା ନିର୍ବନ୍ଧ ସମାଜରେ କିଛି ଛାପ ଛାଡିବ ବୋଲି ଆଶାବାଦୀ ସମସ୍ତେ । ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ସଂଗଠନ ଓଡ଼ିଶା ସାମାଜିକ ଓ ସାଂସ୍କୃତିକ ପରିଷଦ କଟକ ପକ୍ଷରୁ ମହାନ୍ ଦଂପତିଙ୍କ ଏହି ମହନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି ।

Related Posts

About The Author

Add Comment