ଆଜି ୭୪ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି; ଆଉ ଜଣେ ମୃତ

Spread the love

ଭୁବନେଶ୍ୱର ୨୦/୦୫ (ସନ୍ଧାନ ନିଉଜ) ରାଜ୍ୟରେ ଆଜି ପୁଣି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରୁ ୨୮, ପୁରୀ ଜିଲ୍ଲାରୁ ୧୧, କଟକ ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୭, ଗଞ୍ଜାମ ଜିଲ୍ଲାରୁ ୬, ଯାଜପୁର ଜିଲ୍ଲାରୁ ୬, କେନ୍ଦ୍ରାପଡା ଜିଲ୍ଲାରୁ ୨, ମାଲକାନଗିରି ଜିଲ୍ଲାରୁ (ନୂଆ) ୨, ବାଲେଶ୍ୱର ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୧। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବ୍ୟତୀତ ଦୁଃଖର ଖବର ଏହାଯେ, ରାଜ୍ୟରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କରୋନାରେ ପ୍ରାଣ ହରାଇଥିବା ଷଷ୍ଠ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର। ତାଙ୍କୁ ୭୦ ବର୍ଷ ହୋଇଥିଲା।

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପି ଯାଇଛି। ଏବେ ରାଜ୍ୟରେ ୩୦୭ ସୁସ୍ଥ ହୋଇସାରିଛନ୍ତି। ୭୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।

Related Posts

About The Author

Add Comment