ସୁନ୍ଦରଗଡ଼ ତା:୧୪-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ )ସରକାର ଜନ ସାଧାରଣ ଙ୍କ ହିତ ପାଇଁ ରାଜ୍ୟ ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କରି ଥିବା ବେଳେ କେତେକ ଗରିବ ଶ୍ରେଣୀ ର ଜନ ସାଧାରଣ ଏହି ମୌଳିକ ସରକାରୀ ସୁବିଧା ରୁ ବଞ୍ଚିତ ରହି ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ କୁସୁମୁରା ଗ୍ରାମ ର ଶ୍ରୀମତି ସୁସ୍ମିତା ନାଏକ ସ୍ୱାମୀ ସୁରେଶ ନାଏକ ଙ୍କ ନାଁ ରେ ଆଜି ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ କାର୍ଡ ଟିଏ ନାହିଁ l ଏହି ପରିବାର ଗରିବ ଶ୍ରେଣୀ ର ହୋଇଥିବା ବେଳେ ନୀତି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରୁଥିବା କହିଛନ୍ତି l ମନରେଗା କାମ କାମ କରିବା ପାଇଁ ଚାହିଁଲେ ବି ତାଙ୍କ ନାଁ ରେ ଜବକାର୍ଡ ଟିଏ ହେଲେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସୁବିଧା ନ ହେବା ଚିନ୍ତାର ବିଷୟ ପାଲଟିଛି l ରାସନ କାର୍ଡ ପାଇଁ ପଞ୍ଜିକରଣ କରି ଗ୍ରାମ ପଞ୍ଚାୟତ ଯାନ୍ତ୍ରିକ ନିବାହିଁ ଅଧିକାରୀ ଙ୍କୁ ପଞ୍ଜିକରଣ କାଗଜ ଦେଇଥିଲେ ମଧ୍ୟ ତାଙ୍କର ଦୁଃଖ କେହି ଶୁଣୁ ନାହାନ୍ତି ବୋଲି ସୁରେଶ ନାଏକ କହିଛନ୍ତି । ଜଣେ ଖଟିଖିଆ ଦିନ ମଜୁରିଆ ଙ୍କୁ ଏପରି ଭାବରେ ତଳିତଳାନ୍ତ ହେଉଥିବା ପ୍ରଶାସନର ଅପାରଗତା କୁ ଦର୍ଶାଉଥିବା ସାଧାରଣରେ ଚର୍ଚା ହେଉଛି ।ଅତି ଶୀଘ୍ର ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
ଆଜି ମଧ୍ୟ ଲୋକେ ସରକାରୀ ମୌଳିକ ସୁବିଧା ଓ ଖାଦ୍ୟ ସୁରକ୍ଷା ଯୋଜନା ରୁ ବଞ୍ଚିତ
|
February 14, 2026 |



