ନୂଆଦିଲ୍ଲୀ, ୨୨/୧୧(ସନ୍ଧାନ ନିୟୁଜ) : ଟେଲିକମ୍ ସେକ୍ଟରରେ ଆଗାମୀ ଦିନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟେଲିକମ୍ ସେକ୍ଟରରେ ଆଗାମୀ ୬ମାସ ଭିତରେ ୬କୋଟି କନେକ୍ସନ୍ ବନ୍ଦ ହୋଇଯିବ ବୋଲି ଇଟି ରିପୋର୍ଟରେ ଏହି ସୂଚନା ମିଳିଛି। ଏହା ଏଥପାଇଁ ହୋଇପାରେ କାରଣ ଟେଲିକମ୍ କମ୍ପାନିର ଟାରିଫ୍ ଅନେକାଂଶରେ ଏକା ଭଳି ରହିଛି। ଯେଉଁଥିପାଇଁ ମଲ୍ଟିପଲ କାର୍ଡ ସିମ୍ ବଜାରକୁ ଆସିପାରେ। ଏବେ ଲୋକମାନେ ଗୋଟିଏ ସିମ୍କୁ ହିଁ ପ୍ରାଥମିକତା ଦେଇପାରିବେ। ଯାହା ଜରିଆରେ ବ୍ୟବହାରକାରୀଙ୍କୁ ବି ଏଥିପାଇଁ ସୁବିଧା ମଳିପାରିବ।
ଇଣ୍ଡଷ୍ଟ୍ରି ଏଗଜିକ୍ୟୁଟିଭ୍ ଓ ଏନାଲିଷ୍ଟଙ୍କ କହିବାନୁସାରେ, ଦେଶର ବଡ଼ ଟେଲିକମ୍ କମ୍ପାନି ଭାରତୀ ଏୟାରଟେଲ ଓ ମାର୍କେଟ ଲିଡର ଭୋଡାଫୋନ୍-ଆଇଡିଆ ନିକଟରେ ମିନିମମ ରିଚାର୍ଜ ପ୍ଲାନ୍ର ଘୋଷଣା କରିଛି। ଏହି ପ୍ଲାନ୍ ରିଲାଏନ୍ସ ଜିଓର ପାଖାପାଖି ବୋଲି କୁହାଯାଉଛି। ଏମିତିରେ ବ୍ୟବହାରଙ୍କ ପାଖରେ ତିନିଟି ଅପରେଟର୍ସ ବଦଳରେ କୌଣସି ଗୋଟିଏ କମ୍ପାନି ବାଛିବାର ଅପସନ୍ ରହିବ।



