ଆଖି ନଥାଇ ମୋହିଲେ ଶ୍ରୋତାଙ୍କ ମନ

Spread the love

ରାଉରକେଲା,  ୧/୨/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ସାରନଗରୀ ବସଷ୍ଟାଣ୍ଡ ନିକଟ ମା’ ତାରିଣୀ ପୀଠରେ ୧୬ତମ ବାର୍ଷିକ ଉତ୍ସବ ଓ ମହାଯଜ୍ଞ  ଉଦଯାପିତ ହୋଇଯାଇଛି । ଆଜି  ଶନିବାର ମା’ଙ୍କ ପୀଠରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗତକାଲି ଶୁକ୍ରବାର ମନ୍ଦିର ପରିସରରେ ସୁମଧୁର ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ନବରଙ୍ଗପୁରରୁ ଆସିଥିବା ଜୀବନ ସ୍ୱେଚ୍ଛାସେବୀ ସଂସ୍ଥାର ୧୦ରୁ ଉର୍ଦ୍ଧ ଦୃଷ୍ଟିହୀନ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଆଖି ନଥାଇ ଭଜନ ଗାଇ ଶ୍ରୋତାଙ୍କ ମନ ମୋହିଥିଲେ ଏହି ଦୃଷ୍ଟିହୀନ କଳାକାର ମାନେ । ସେମାନଙ୍କ ସାମନାରେ ଥୁଆ ହୋଇଥିବା ଦାନପାତ୍ରରେ ସାରନଗରୀର କିଛି ବ୍ୟକ୍ତି ସ୍ୱଇଚ୍ଛାରେ ଦାନ କରୁଥିବା ଦେଖିବାକୁ ମିଳିଥିଲା । ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ।

Related Posts

About The Author

Add Comment