ଆଖଣ୍ଡଳମଣି ପୀଠର ବିକାଶ ଦାବିରେ ଧାରଣା

Spread the love
ଭଦ୍ରକ, ୨୩/୧୧ (ସନ୍ଧାନ ନିଉଜ୍): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠରେ ଲାଗିରହିଥିବା ମୌଳିକ ସମସ୍ୟାର ସମାଧାନ ଦାବି କରି ଆରଡ଼ି ବନ୍ଦ କରିବା ସହ  ଭକ୍ତକୁ ଦର୍ଶନ ବନ୍ଦ କରିଛନ୍ତି ପୀଠର ଯୁବ ସେବାୟତମାନେ । ଯୁବ ସେବାୟତମାନେ ସକାଳ ୬ଘଟିକାରୁ ମନ୍ଦିର ସମ୍ମୁଖରେ ଧାରଣରେ ବସିଛନ୍ତି । ପୀଠକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଶୌଚାଳୟର ସୁବିଧା ନଥିବା  , ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି , ଡେଥ ଜୋନ ପାଲଟିଥିବା ଶିବଗଙ୍ଗା ପୁଷ୍କରିଣୀ ମରାମତି ସହ ଷ୍ଟିଲ ଗ୍ରୀଲ ଲଗାଇବା ଦାବି କରି ସେବାୟତମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଧାରଣାରେ ବସିଛନ୍ତି । ଏହିସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ସେବାୟତମାନେ ବାରମ୍ବାର ଦାବି ଉପସ୍ଥାପନା କରିଆସିଛନ୍ତି ହେଲେ ସମାଧାନ ହୋଇପାରୁନି । ତେଣୁ ଏହାର ପ୍ରତିବାଦରେ ଆଜି ସେବାୟତମାନେ ଆରଡି ବଜାର ବନ୍ଦ କରିବା ସହ ଧାରଣା ରେ ବସିଛନ୍ତି । ଶାନ୍ତି ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related Posts

About The Author

Add Comment