ଆଇପିଏଲ୍‌: ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ ରନ୍‌, ଚେନ୍ନାଇକୁ ମିଳିଲା ୧୭୬ ରନ୍‌ ଟାର୍ଗେଟ

Spread the love

ଚେନ୍ନାଇ, ୨୩/୪ (ସନ୍ଧାନ ନିୟୁଜ) : ମନୀଷ ପାଣ୍ଡେଙ୍କ ଅପରାଜିତ ୮୩ ରନ୍‌ ବଳରେ ସନରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ୧୭୫ ରନ୍‌ କରିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୪୧ତମ ମ୍ୟାଚରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ ହରାଇଥିଲା। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଟସ୍‌ ଜିଣି ଚେନ୍ନାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମନୀଷ ୪୯ଟି ବଲ ଖେଳି ୭ଟି ଚୌକା ଓ ୩ଟି ଛକା ମାରିଥିଲେ।

ଚେନ୍ନାଇ ଟିମ୍‌ର ହରଭଜନ ସିଂହଙ୍କ ବଲ ଓ୍ଵିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେବା ପୂର୍ବରୁ ଓପନର ଡାଭିଡ ଓ୍ଵାର୍ଣ୍ଣର ୪୫ଟି ବଲ ସମ୍ମୁଖୀନ ହୋଇ ୫୭ ରନ୍‌ କରିଥିଲେ। ଏଥିରେ ୩ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଓ୍ଵାର୍ଣ୍ଣର ଆଉଟ ହେବା ପୂର୍ବରୁ ମନୀଷଙ୍କ ସହିତ ୧୦୫ ରନ୍‌ ଭାଗିଦାରୀ ହୋଇପାରିଥିଲେ। ହାଇଦ୍ରାବାଦ୍‌ ପ୍ରଥମ ଓ୍ଵିକେଟ ଭାବେ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ସ୍କୋର ୧୬୭ ରନ୍‌ରେ ବିଜୟ ଶଙ୍କର ଆଉଟ୍‌ ହୋଇଥିଲେ। ଶଙ୍କର ୨୦ଟି ବଲ ଖେଳି ୨୬ ରନ୍‌ କରିବା ପରେ ଦିପକ ଚହରଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍‌ ଦେଇଥିଲେ। ୟୁସୁଫ ପଠାନ ଅପରାଜିତ ୫ ରନ କରି ପାଭଲିଅନ୍‌ ଫେରିଥିଲେ।

Related Posts

About The Author

Add Comment