ଅଷ୍ଟପ୍ରହର ଅଖଣ୍ଡ ନାମଯଂଜ୍ଞ ଉଦଯାପିତ

Spread the love

କବାଟବନ୍ଧ ୨୮/୦୨/ ଧର୍ମଶାଳା ବ୍ଲକ ଅନ୍ତର୍ଗତ ତାଳଜଙ୍ଗ ପଂଚାୟତ ନୂଆ ତାଳଜଙ୍ଗ ଗ୍ରାମରେ ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ ହୋଇଯାଇଛି! ନୂଆ ତାଳଜଙ୍ଗ ଗ୍ରାମ ପରିସରରେ ଅନୁଷ୍ଠିତ ଏହି ଗ୍ରାମରେ ବିଭିନ୍ନ ପଞ୍ଚଯାତ ର ୬ ଗୋଟି ଗ୍ରାମ ଯଥା କଲାଣ୍ଡ,ମହନ୍ତ ଷୋହଳ,ପାଇକରାପୁର,ରେଖିଦେଇପୁର,ତଇଲା ସାହି,ରାମପୁର କଇଥା ସଂକ୍ରିତନ ମଣ୍ଡଳୀ ଯୋଗଦେଇଥିଲେ! ପବିତ୍ର ସ୍ୱାଇଁ ମୁଖ୍ୟ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଭାବେ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଏବଂ ତାଙ୍କର ସହଯୋଗୀ ଅଧିବାସ ଓ ପୂଜାର୍ଜନା ଯଥା ରୀତି ନୀତି ଅନୁଯାୟୀ ସମ୍ପାଦନ କରିଥିଲେ! ରବିବାର ଅଧିବାସ ହୋଇଥିବା ବେଳେ ସୋମବାର ନାମ ସଂକ୍ରିତନ ମଙ୍ଗଳବାର ନଗର ପରିକ୍ରମା କରାଯାଇଥିଲା! ଏହି ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞ ରେ ପୂଜା କମିଟି ସହ ସମସ୍ତ ଗ୍ରାମ ବାସୀ ସହଯୋଗ ପ୍ରଦାନ କରିଥିଲେ! ନାମ ସଂକ୍ରିତନ ପ୍ରେମୀ ଓ ଶତାଧିକ ଶ୍ରଦ୍ଧାଳୁ ମାନେ ଏହାକୁ ଉପଭୋଗ କରିବା ସହିତ ପ୍ରସାଦ ସେବନ କରି ବିଭୁକୃପା ଲାଭ କରିଥିଲେ!

Related Posts

About The Author

Add Comment