ଅଳାଁ ନବମୀ ପଡ଼ିଲା ଫିକା, ଶ୍ରଦ୍ଧାଳୁ ନିରାଶ

Spread the love

ରାଉରକେଲା, ୨୪/୧୧/୨୦ (ସନ୍ଧାନ ନିଉଜ) : ପବିତ୍ର ଅଁଳା ନବମୀ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଶହଶହ ଶ୍ରଦ୍ଧାଳୁ ଆଶା ବାନ୍ଧି ରହିଥିବା ବେଳେ କୋଭିଡ଼ କଟକଣା ଯୋଗୁ ତାହା ଫିକା ପଡ଼ିଥିଲା । ଆଜିର ଏହି ଦିନରେ ଦେଓଗାଁ ଧବଳେଶ୍ୱର ମନ୍ଦିର, ଲାଠିକଟା ଓ ସାରନଗରୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର, ଆଇଡ଼ିଏଲ ସ୍ଥିତ ରାଧାକୃଷ୍ଣ ମନ୍ଦିର, ବାଲିଯୋଡ଼ି ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିରକୁ ବିଭିନ୍ନ ଅଂଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଜନ ସମାଗମ ହୋଇଥାଏ । ଶ୍ରଦ୍ଧାଳୁ ଓ ହବିଷ୍ୟାଳି ମାନେ ପ୍ରାୟ ତିନି, ଚାରି ଘଂଟା ଧରି ବ୍ୟାରିକେଡ଼ ମଧ୍ୟରେ ରାଧାରାଣୀଙ୍କ ପାଦ ଦର୍ଶନ କରିଥାନ୍ତି । ମାତ୍ର କୋଭିଡ଼ କଟକଣା ଦୃଷ୍ଟିରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ଅଳାଁ ନବମୀ ଓ ରାଧାରାଣୀ ପାଦ ଦର୍ଶନ ଅନୁଷ୍ଠିତ ହୋଇଥିଲା । କେବଳ ବିଧିରକ୍ଷା ପାଇଁ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଓ ଠାକୁର ଶ୍ରୀଶ୍ରୀ ଗୋପାଳ ଜୀଉଙ୍କ ନଟବର ବେଶ ଅନୁଷ୍ଠିତ ହୋଇଥିବା ବେଳେ, ଭକ୍ତ ମାନେ ଦର୍ଶନରୁ ବଂଚିତ ହୋଇଥିଲେ ।

Related Posts

About The Author

Add Comment