ତିହିଡ଼ି ୧୦/୩/୨୬ (ସନ୍ଧାନ ନ୍ୟୁଜ ) ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳ ସାହି ଓ ପାଳିଆ ବିନ୍ଧା ପଞ୍ଚାୟତ କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ଅଲି ନଗର ରୁ ଗୁପ୍ତଗଙ୍ଗା ଭାୟା ବିରଞ୍ଚି ନାରାୟଣ ମନ୍ଦିର ର ସମ୍ପ୍ରସାରଣ କେବେ? ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଅଲି ନଗର ରୁ ଏକ କିଲୋମିଟର ଆସିବା ପରେ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ କୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଛାତ୍ର ଓ ଛାତ୍ରୀ ପାଠ ପଢି ବାକୁ ଆସନ୍ତି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଏହି ରାସ୍ତା ରେ ଚଳ ପ୍ରଚଳ କରି ଥାଆନ୍ତି। ଏହା ଦ୍ବାରା ରାସ୍ତା ଟି ଦିନ କୁ ଦିନ ଖରାପ ହେବାରେ ଲାଗୁଛି। ରାସ୍ତା ଟି ଅଣଓସାରିଆ ହୋଇ ଥିବାରୁ ଲୋକ ମାନେ ବହୁ ଅସୁବିଧା ରେ ଯାତାୟାତ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ରାସ୍ତାଟିର ସମ୍ପ୍ରସାରଣ ପାଇଁ ଅର୍ଥ ବରାଦ କଲେ ଉଭୟ ପଞ୍ଚାୟତ ର ଅଧିବାସୀ ମାନେ ଯାତାୟତ ରେ ସୁବିଧାଅନୁଭବ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।
ଅଲିନଗର ରୁ ଗୁପ୍ତ ଗଙ୍ଗା ରାସ୍ତା ର ସମ୍ପ୍ରସାରଣ କେବେ ହେବ?
|
March 10, 2026 |



