ଅମିତାଭଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

Spread the love

ନୂଆଦିଲ୍ଲୀ, ୨୭/୯ (ସନ୍ଧାନ ନିଉଜ) : ବିଗ୍‍ ବି ଅମିତାଭ ବଚ୍ଚନଙ୍କୁ ମିଳିବ ଚଳିତ ବର୍ଷର ଦାଦା ସାହେବ ଫାଲକେ ସମ୍ମାନ। ଏନେଇ ଟ୍ୱିଟ୍‍ କରି ସୂଚନାଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର। ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଜୀବନ ବ୍ୟାପି ଅବଦାନ ପାଇଁ ପ୍ରଦାନ କରାଯାଏ। ୭୬ ବର୍ଷୀୟ ଅମିତାଭ ବର୍ତ୍ତମାନ ସୁଦ୍ଧା ଭାରତୀୟ ସିନେମାରେ କାର୍ଯ୍ୟରତ ରହିଛନ୍ତି। ୨ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‍ ହିନ୍ଦୁସ୍ଥାନୀ’ଚଳଚିତ୍ର ମାଧ୍ୟମରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଅମିତାଭ ବଲିଉଡ୍‍ ରେ ବହୁ ହିଟ୍‍ ଚଳଚିତ୍ର ଦେଇସାରିଛନ୍ତି। ୭୬ ବୟସରେ ପଦାର୍ପଣ କରିବା ପରେ ମଧ୍ୟ ବିଗ୍‍ ବି ଅଭିନୟ ଛାଡି ନାହାନ୍ତି। ଅମିତାଭଙ୍କ ଆଗାମୀ ଚଳଚିତ୍ର ‘ସାଏରା ନରସିଂହା ରେଡ୍ଡି‘ , ‘ଗୁଲାବୋ ସିତାବୋ‘, ‘ଚେହେରେ‘ ଓ ବ୍ରହ୍ମାସ୍ତ୍ର ରେ ନଜର ଆସିବେ। ଅମିତାଭ ବଚ୍ଚନ କେବଳ ଚଳଚିତ୍ର ଜଗତରେ ଲୋକପ୍ରିୟ ନୁହନ୍ତି ରିଏଲିଟି ସୋ କୋନ୍‍ ବନେଗା କୋରଡପତିରେ ମଧ୍ୟ ବେଶ ଲୋକପ୍ରିୟ ହୋଇଛନ୍ତି। ଅମିତାଭଙ୍କ ପୂର୍ବରୁ ୨୦୧୭ରେ ବିନୋଦ ଖାନ୍ନା,୨୦୧୫ରେ ମନୋଜ କୁମାର,୨୦୧୪ରେ ରିଷି କପୁର ଏବଂ ୨୦୧୩ରେ ଗୁଲଜାରଙ୍କୁ ସମ୍ମାନ ଜନକ ଦାଦା ସାହେବ ଫାଲକେ ସମ୍ମାନ ମିଳିଥିଲା।

Related Posts

About The Author

Add Comment