ଅଭିଶପ୍ତ ଗାଁ ରାଡାବାଲି

Spread the love

ରାଇକିଆ:23/10(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସୁଡଗବାଡ଼ି ଗ୍ରାମ ପଞ୍ଚାୟତ ର ରାଡାବାଲି ଗାଁ |ରାଇକିଆ ଠାରୁ ପ୍ରାୟ ଦଶ କିଲୋମିଟର ଓ ସୁଡଗବାଡ଼ି ଠାରୁ ତିନି କିଲୋମିଟର ଗଲେ ପଡେ ଏହି ଦୁର୍ଗମ ଗାଁ ରାଡାବାଲି |ଏହି ଗାଁକୁ ନା ଅଛି ରାସ୍ତା ନା ଅଛି ପାନୀୟ ଜଳର ସୁବିଧା  | ଶିକ୍ଷା ଭଳି ନିହାତି ଆବଶ୍ୟକୀୟ ବ୍ୟବସ୍ତା ସାତ ସପନ |ପ୍ରାୟ ଚାଳିଶି ପରିବାର ବିଶିଷ୍ଟ ଏହି ଗାଁ ରେ ପୁରୁଷ ପୁରୁଷ ଧରି ପିଉଛନ୍ତି ଝରଣା ପାଣି | 1835 ମସିହାରୁ ପୂର୍ବଜମାନେ ଏଠାରେ ବସତି ସ୍ଥାପନ କରିଥିବା ସ୍ଥାନୀୟ ବାସିନ୍ଦା ଜଣାଇଛନ୍ତି | 1997 ଠାରୁ 2015 ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଚାଲିଥିଲା ବେଳେ ଶିକ୍ଷକ ମାନଙ୍କ ଗମନା ଗମନ ଅସୁବିଧା ହେତୁ ସ୍କୁଲ ବନ୍ଦ ହୋଇଯାଇଛି |

Related Posts

About The Author

Add Comment