ପର୍ଯ୍ୟଟନ ଋତୁରେ ବି ଅସଜଡା
ଟ୍ରଷ୍ଟି ବିବାଦ ଛିଡୁନି
ମୁହଁ ଫେରାଉଛନ୍ତି ପ୍ରର୍ଯ୍ୟଟକ
ଚଣ୍ଡିଖୋଲ, ୧୩/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ପ୍ରତ୍ୟକ ବର୍ଷ ନଭେମ୍ବର ଠାରୁ ଫେବୃଆରୀ ମାସରେ ରାଜ୍ୟ ଓ ରାଜ୍ୟ ବହୋରେ ପର୍ଯ୍ୟଟନ କ୍ଷେତ୍ର ମାନଙ୍କରେ ଲଗିଥାଏ ଗହଳି । ସେହିପରି ଯାଜପୁରରେ ରହିଥିବା ପ୍ରସିଦ୍ଧ ପ୍ରର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ବୌଦ୍ଧ ବିମଣ୍ଡିତ ଉଦୟଗିରି, ରତ୍ନଗିରି, ଲାଙ୍ଗୁଡି, ବିରାଜ, ଜଗନ୍ନାଥ, ଦେଉଳି, ନେଉଳପୁର, ସପ୍ତମାତୃକା, ମହାବିନାୟକ, ଚଣ୍ଡି ମନ୍ଦିର ଆଦି ଅନ୍ୟତମ । ମହାବିନାୟକ କ୍ଷେତ୍ରକୁ ପଂଚ କ୍ଷେତ୍ର ମଧ୍ୟରେ ଅନ୍ୟତମ ହୋଇଥିବା ବେଳେ ଏଠାକୁ ଛୁଟ ଆସନ୍ତ ଅନେକ ପ୍ରର୍ଯ୍ୟଟକ । ଏହି କ୍ଷେତ୍ର ସହିତ ଏଠାରେ ମା ଚଣ୍ଡିଙ୍କ ବାସସ୍ଥାନ ଚଣ୍ଡି ମନ୍ଦିର ମଧ୍ୟ ପ୍ରର୍ଯ୍ୟଟକଙ୍କ ଟାଣି ଆଣିଥାଏ । ବାରୁଣି ବନ୍ତ ପର୍ବତରେ କେଳାରେ ଥିବା ଏହି ମା’ ଚଣ୍ଡିଙ୍କ ମନ୍ଦିର ସହିତ ଚର୍ତୁପାଶ୍ୱରେ ଘଂଚ ଜଙ୍ଗଲ, ପର୍ବତରୁ ବହି ଯାଉଥିବା ଝରଣା ସବର୍ଦା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ । ପ୍ରତିବର୍ଷ ଏଠାକୁ ବାଲଶ୍ୱର, ବରିପଦା, ଭଦକ, ଡେଙ୍କାନାଳ, ଅନୁଗୁଳ, କଟକ ଜିଲ୍ଲାର ବହୁ ସ୍କୁଲ ଓ କଲେଜର ଛାତ୍ର ଛାତ୍ରା ମାନେ ଏଠାକୁ ପିକ୍ନିକ୍ କରିବା ସହିତ ବଣଭୋଜି କରିବାକୁ ଆସିଥାନ୍ତି । ବହୁ ସଂଖ୍ୟାରେ ମାରୁଆଡି ସଂପ୍ରଦାୟର ଓ ବିଦେଶି ପର୍ଯ୍ୟଟକ ମାନେ ଏଠାକୁ ଆସି ଦିନେ ଦୁଇ ଦିନ ରହି ଏହାର ପ୍ରାକୃତି ସୌନ୍ଦର୍ଯ୍ୟକୁ ଉପଭୋଗ କରି ଆନନ୍ଦ ନେଇଥାନ୍ତି । ମାତ୍ର ଏବେ ମନ୍ଦିର ସହ ଏହାର ଚର୍ତୁପାଶ୍ୱର ରକ୍ଷାଣ ବିକ୍ଷାଣ ଅଭାବରୁ ପର୍କ୍ଷ୍ୟଟକ ମାନଙ୍କ ସଂଖ୍ୟା ହ୍ରାସପାଇବାରେ ଲାଗିଛି । ମନ୍ଦିର ବେଢ଼ାରେ ଥିବା ପ୍ରାକୃତିକ ଝରଣା ପାଶ୍ୱରେ ବହୁ ପର୍ଯ୍ୟଟକ ସ୍ନାନ କରିବାକୁ ଇଚ୍ଛା କରୁଥିଲେବି ସୁଧା ସ୍ନାନ କୁଣ୍ଡ ଭଙ୍ଗା ଅବସ୍ଥାରେ ପଡିରହିଛି । ଯାହାଦ୍ୱାରା ଆଦୌ ଜଳ ସରକ୍ଷିତ ହୋଇପାରୁ ନାହିଁ । ଚଣ୍ଡି ମନ୍ଦିର ଚର୍ତୁପାଶ୍ୱରେ ହଜାର ହଜାର ସଂଖ୍ୟାରେ ପାତି ମାଙ୍କଡ ରହିଥାନ୍ତି ।

ଯାହାଦ୍ୱାରା ପର୍ଯ୍ୟଟକ ମାନଙ୍କୁ ବହୁ ଭାବରେ ଆକର୍ଷିତ କରିଥାନ୍ତି । ମାଙ୍କଡ ମାନଙ୍କୁ ମନ୍ଦିର ପକ୍ଷରୁ ଖାଦ୍ୟ ଦିଆଯାଇଥାଏ ଏପରକି ପ୍ରର୍ଯ୍ୟଟକ ମାନେ ସେମାନଙ୍କୁ ଖାଦ୍ୟା ଦେବା ସହ ସେମାନଙ୍କ ସହିତ ମଜାମସ୍ତି କରିଥାନ୍ତି । ବର୍ତମାନ ଖାଦ୍ୟ କମିଯିବା ଓ ଠିକ୍ ଭାବରେ ଏମାନଙ୍କ ଦାୟିତ୍ୱ ନିଆଯାଉନଥିବାରୁ ଏମାନେ ଅନ୍ୟତ୍ର ଚାଲିଯାଉଥିବା ବେଳେ ଅନେକ ମୃତୁ୍ୟ ମୁଖରେ ପଡୁଛନ୍ତି । ଅନ୍ୟପଟରେ ଦିନକୁ ଦିନ ଏମାନଙ୍କ ସଂଖ୍ୟା କମିବାକୁ ଲାଗିଛି । ୧୯୯୯ ମସିହା ଠାରୁ ପ୍ରତ୍ୟକ ବାତ୍ୟା ଓ ନିକଟରେ ହେଉଥିବା ଫନି ବାତ୍ୟାରେ ଶୋଭା ବଡାଉଥିବା ବହୁ ବଡ ବଡ ଗଛ ଭାଙ୍ଗିଯିବା ଦ୍ୱାରା ଜଙ୍ଗଲ କମିବାରେ ଲାଗିଛି । । ସେହିପରି ଏଠାରେ ଦିନେ ଦୁଇ ଦିନ ରହିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ମନ୍ଦିର ପରିସରରେ ଗୃହ ଥିଲେ ମଧ୍ୟ ଗୃହ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବାରୁ ପର୍ଯ୍ୟଟକ ମାନେ ରହିପାରୁନାହାନ୍ତି । ରାଜ୍ୟ ଦେବଦୋର ବିଭାଗ ଅଧିନରେ ଏହି ମନ୍ଦିର ଥିଲେବି ବିଭାଗ ପକ୍ଷରୁ ଏହାର ଶୋଭାବର୍ଦ୍ଧନ କରିବାର ଆନ୍ତରିକତା ନାହିଁ । ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ଏମାନଙ୍କର ରହିବାର ସୁ ବନେ୍ଦାବସ୍ତ କରାଇପାରିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାନ୍ତା ବୋଲି ସ୍ଥାନୀୟ ବୁଦ୍ଧିଯିବି ମାନେ ପ୍ରକାଶ କରିଛନ୍ତି । ମନ୍ଦିର ନିକଟରେ ରାଜସ୍ୱ ବିଭାଗ ଏକ ପାନ୍ଥାଶାାଳା ଥିଲା । ଦୂର ସୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ରାତ୍ରି ଯାପନ କରୁଥିଲେ । ଏହାର ସଲଗ୍ନ ଜମିରେ ଓଟିଡିସି ବିଭାଗ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ଉଦେ୍ଧଶ୍ୟରେ ଏକ ସୁନ୍ଦର ପାନ୍ଥାଶାଳା କରାଯାଇ ଥିଲେବି, ଏହି ପାନ୍ଥାଶାଳା ଗୃହ ଗୁଡିକ ବର୍ତମାନ ଭାଙ୍ଗିରୁଜି ଗଲାଣି । ମନ୍ଦିରର କେତକ ମରାମତି ପାଇଁ ଓଟିଡିସି ବିଭାଗ ୧୬ଲକ୍ଷଟଙ୍କା ଅର୍ଥ ମଞ୍ଜୁରି କରିଛନ୍ତି । ଦୈନିକ ଠିକାଦାର ଯେଉଁ କାର୍ଯ୍ୟ କରୁଛନ୍ତି ତାହା ନୈରାଶ୍ୟ ଜନକ । ଏହାର ଦୁଇଟି ଛୋଟ ଗୃହ କେବଳ ଛାତ ପକାଇଛନ୍ତି ରଖିଛନ୍ତି ପୁଣି ଏହା ନିମ୍ନ ମାନର ବୋଲି ଅଭିଯୋଗ ହେଉଛି । ମନ୍ଦିର ସୁରକ୍ଷା ପାଇଁ କେହି ନଜର ପକାଉନାହାନ୍ତି । ଏହି ଅର୍ଥରାଶି କୁ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତରାରେ ଆତ୍ମସାତ ହେବ ବୋଲି ସନେ୍ଧହ ସୃଷ୍ଟି କରିଛି । ଦେବଦୋର ବିଭାଗର ନୂତନ ଟ୍ରଷ୍ଟ ବୋର୍ଡ ନକରି ଏକ ତିନିଜଣିଆ କମିଟି କରି ନିଜ ମନମୁତାବକ କାର୍ଯ୍ୟ କରିଚାଲିଛି । ଏପରକି ଏକ ଅଂଚଳରବାସୀଙ୍କୁ ନେଇ ଏକ କମିଟି କରି ମନ୍ଦିର ସଂପର୍କରେ ଅେଲୋଚନା କରି ଏହାର ଉନ୍ନତି କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲେ ବି ତାହା କରାଯାଉନାହିଁ । ମନ୍ଦିରର ସୁରକ୍ଷା ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ତୁରନ୍ତ ପଦକ୍ଷେପ ନବାପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନୀକଟରେ ଏହି ଅଂଚଳର ଶିକ୍ଷାବିତ ଓ ବୁଦ୍ଧିଯିବ ଏବଂ ସଂସ୍କୃତିବିତ ଧର୍ମିକ ଲୋକମାନେ ଦୃଢ଼ଦାବି କରିଛନ୍ତି ।



