ଅବହେଳିତ ମୟୂରଭଞ୍ଜର ବିକାଶ ପାଇଁ ବୁଦ୍ଧିଜୀବୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

Spread the love

ବାରିପଦା, 22/10(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା); ଓଡ଼ିଶାର ସର୍ବବୃହତ ରାଜସ୍ବ ତଥା ଆଦିବାସୀ ବହୁଳ ଜିଲ୍ଲାଭାବେ ପରିଗଣିତ ମୟୂରଭଞ୍ଜର ଦୀର୍ଘ ବର୍ଷ ଧରି ରହିଥିବା ବିଭିନ୍ନ ସମସ୍ୟା ତଥା ଦାବିଗୁଡିକ ପ୍ରତି ଅଣଦେଖା କରାଯାଉଥିବା ନେଇ ଜିଲାର ଦୁଇ ଶହରୁ ଊଦ୍ଧ ବିଭିନ୍ନ ବର୍ଗର ବୁଦ୍ଧିଜିବୀ ତଥା ସଂଗଠନ ପକ୍ଷରୁ ମୟୂରଭଞ୍ଜ ସିଟିଜେନ ଫୋରମର ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡେଲ ଓ ଜିଲା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ଶରତ ଚନ୍ଦ୍ର ନାୟକ ପ୍ରମୁଖଙ୍କ ଦ୍ବାରା ଏକ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏଠାରୁ ପଠାଯାଇଛି । ଏହି ସ୍ମାରକ ପତ୍ର ଜରିଆରେ ମୟୂରଭଞ୍ଜ ଜିଲାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ୫ ଗୋଟି ବୃହତ ଶିଳ୍ପ ପ୍ରତିଷ୍ଠା କରାଯିବା, ବାରିପଦାରୁ ଟାଟାନଗର ଓ କେନ୍ଦୁଝର ସହିତ ରେଳବାଇର ବିକାଶ କରାଯିବା, ବାରିପଦା ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଆଡିବନ୍ଧ ନିର୍ମାଣ କରାଯିବା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଭାବରେ ଗ୍ରହଣ କରାଯିବା ଆଦି ବହୁ ନ୍ୟାର୍ଯ୍ୟ ଦାବିମାନ ଉପସ୍ଥାପିତ କରାଯାଇଛି । ପଠାଯାଇଥିବା ସ୍ମାରକ ପତ୍ରରେ ଦର୍ଶାଯାଇଛି ଯେ ମୟୂରଭଞ୍ଜ ଜିଲାର ସତୁରି ଭାଗ ଅବାସୀ ଆଦିବାସୀ ଶ୍ରେଣୀଭୁକ୍ତ ଏବଂ ଏ ଜିଲାର ବାଦାମପାହାଡ, ସୁଲେଇପାଟି, ଗୋରୁମହିଷାଣିଠାରେ ପ୍ରଚୁର ପରିମାଣରେ ଲୌହପଥର ଖଣି ରହିଛି । ଯାହାକୁ ଆଧାର କରି ଅତୀତରେ ପଡୋଶୀ ବିହାର ଅଧୁନା ଝାଡଖଣ୍ଡ ରାଜ୍ୟରେ ଟାଟା ଷ୍ଟିଲ ପ୍ରତିଷ୍ଠା ହୋଇ ସେ ରାଜ୍ୟକୁ ସମୃଦ୍ଧ କରି ପାରିଛି । ମୟୂରଭଞ୍ଜ ଜିଲାରେ ପ୍ରଚୁର ପରିମାଣର ବାଉଁଶ ଚାଷ ସହି ସବାଇ ଘାସ ଉତ୍ପାଦନରେ ଏହା ପ୍ରସିଦ୍ଧି ଲାଭ କରିଛି । ମାତ୍ର ସ୍ୱାଧୀନତାର ତେସ୍ତରୀ ବର୍ଷ ପରେ ମଧ୍ୟ ଏ ଜିଲାର ଆର୍ଥିକ, ଶିକ୍ଷା, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାରେ ସେପରି ବିକାଶ ହୋଇ ପାରି ନାହିଁ । ପାରମ୍ପରିକ  ଜୀବନଶୈଳୀ ହେତୁ ଏଠାକାର ଅବାସୀମାନଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏ ଜିଲ୍ଲାରେ ପ୍ରଚୁର ଖଣିଜ ଇ ସମ୍ପଦ, ଅରଣ୍ୟ ସମ୍ପଦ, ପ୍ରଚୁର ସ୍ଥାନ, ଲୋକ ସମ୍ପଦ ଥିବା ସତ୍ତେ ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା ହୋଇ ପାରି । ର ନାହିଁ । ପୁଣି ଏ ଜିଲ୍ଲାର ଅନଗ୍ରସର ଅନ୍ୟତମ କାରଣ ଭାବେ ରେଳପଥର ବିକାଶର ଅଭାବକୁ ଦର୍ଶାଯାଇଛି । । ସ୍ବାଧୀନତାର ବହୁ ବର୍ଷ ପୂର୍ବ ୧୯୦୪ରେ ମୟୂରଭଞ୍ଜ ମହାରାଜାଙ୍କ ପ୍ରତିଷ୍ଠିତ ରୁସାରୁ ବାଙ୍ଗିରିପୋଷି ଅଣଓସାରିଆ । ରେଳପଥକୁ ପରବର୍ତ୍ତୀ କାଳରେ ସରକାରଙ୍କ ଦ୍ବାରା କେବଳ ଓସାରିଆ ରେଳପଥରେ ପରିଣତ କରାଯାଇଥିଲେ ରମର୍ଯ ବାରମ୍ବାର ଦାବି ସତ୍ତ୍ୱେ କେତେକ ରେଲୱେ ପ୍ରକଳ୍ପ କେବଳ ସର୍ଭେ ଓ ପ୍ରତିଶ୍ରୁତିରେ ହିଁ ଅଟକି ରହିଛି । ପୁଣି ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦା ସହର ପ୍ରତିଷ୍ଠା ହେବାଠାରୁ ଉପକୂଳ ବୁଢାବଳଙ୍ଗ ଓ | ଚିପଟନଦୀର ବନ୍ୟା ବାରମ୍ବାର ବର୍ଷ ବର୍ଷ ଧରି ସହରବାସୀଙ୍କ ଧନଜୀବନ କ୍ଷତି କରି ଚାଲିଛି । ଏପରିକି ଓଡିଶା ସରକାରଙ୍କ ଦ୍ବାରା ୧୯୯୮ରେ ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ନାମରେ ବିଶ୍ବବିଦ୍ୟାଳୟଟିଏ 1 ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ କେବଳ ସ ମାତ୍ର କେତେଗୋଟି ବିଷୟକୁ ନେଇ ପରିଚାଳିତ ଥିଲେ ସୁଦ୍ଧା ଜ୍ଞାନ ଓ ଗବେଷଣା କ୍ଷେତ୍ରରେ ସେପରି ବିକଶିତ ହୋଇ ପାରି ନ ଥିବାର ଉଲ୍ଲେଖ କରାଯାଇଛି । ଏହି ସ୍ମାରକପତ୍ରର ” ନକଲ କେନ୍ଦ୍ର ସରକାରଙ୍କ ବୃହତ ଶିଳ୍ପମନ୍ତ୍ରୀ, ରେଲବାଇମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଭାରତର ମହାହିସାବ ସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ, ମୟୂରଭଞ୍ଜି ସଂସଦ ଇଂ ବିଶେଶ୍ଵର ଟୁଡୁ, ରାଜ୍ୟସଭା ସାଂସଦ ଏ ମମତା ମହାନ୍ତ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନ ପଠାଯିବା ସହ ଜିଲ୍ଲାର ବିକାଶ କ୍ଷେତ୍ରରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

Related Posts

About The Author

Add Comment