ଚଣ୍ଡିଖୋଲ, ୩୦/୦୯/୨୦ (ସନ୍ଧାନ ନିଉଜ) – ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ଚଣା ପଂଚାୟତର ୧୬ ନମ୍ବର ଜାତୀୟ ରାଜପଥ ସନ୍ନିକଟ ବଡ଼ଚଣା ବଜାର ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ସମ୍ବର୍ଦ୍ଧନା ସଭାକୁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଆୟୋଜେନ କରିଥିଲେ । ସଭାରେ ପ୍ରାକ୍ତନ ଶିକ୍ଷକ ଗଙ୍ଗାଧର ନାୟକ ଅଧ୍ୟକ୍ଷତା କରିଥିଲେ ଓ ସଂଚାଳନା କରିଥିଲେ ଶିକ୍ଷକ ସଂଗଠକ ବଳରାମ ରଣା । ସମ୍ବର୍ଦ୍ଧନା ଉସôବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ସଂଘର ମହା ସଚ୍ଚିବ ଅମୀୟ କୁମାର ଦାଶ, ଶିକ୍ଷକ ସରଦେନ୍ଦୁ ଓତା, ବ୍ଲକ୍ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ପ୍ରକାଶ ବେହେରା, ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ୍ତ କୁମାର ସ୍ୱାଇଁ, ଶିକ୍ଷୟିତ୍ରୀ ଦିପ୍ତିରେଖା ବ୍ରହ୍ମ, ବାସନ୍ତୀ ସାହୁ, ମରୋରମା ପ୍ରଧାନ, ଗ୍ରାମ କମିଟି ସଭାପତି ଅଶୋକ ସିଂହ, ପରିଚାଳନା କମିଟିର ପୂର୍ବତନ ସଭାପତି ମନ୍ମଥ ସାହୁ, ପରିଚାଳନା କମିଟିର ସଭାନେତ୍ରୀ ଝୁଣାରାଣୀ ମହାପାତ୍ର, ପୂର୍ବତନ ୱାର୍ଡ଼ ସଭ୍ୟା ନିର୍ମଳା ସିଂହ, ସୁକାନ୍ତ ସିଂହ, ପୁରାତନ ଛାତ୍ର ପ୍ରକାଶ ସଂହ, ସନ୍ତୋଷ ସିଂହ, ସୁବ୍ରତ ସାମଲ, ଦୀବ୍ୟ ରଂଜନ ସିଂହ, ମୁକେଶ ସିଂହ, ସୋନୁ ସାମଲ,ସୋ÷ମ୍ୟ ରଂଜନ ବିଶ୍ୱାଳ, ମାମା ବିଶ୍ୱାଳ ଓ ମିନି ସିଂଂହ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ପ୍ରଭାକର ପ୍ରଧାନ ଜଣେ ଛାତ୍ର ବସôଳ ଓ ସ୍ନେହୀ ଶିକ୍ଷକ ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ କରିଥିଲେ । ସେ ଜଣେ ମିଷ୍ଠ ଭାଷୀ, ନିଷ୍ଠାପର, ସଚ୍ଚୋଟ, ସରଳ, ପରୋପକାରୀ, କର୍ତବ୍ୟ ପରାୟଣ ଓ ସମୟାନୁବର୍ତିତା ବ୍ୟକ୍ତିତ୍ୱ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଗୁଣରେ ଛାତ୍ରଛାତ୍ରୀମାନଙ୍କୁ ନିକଟତର କରିଥିବାରୁ ସେ ଆଜି ପ୍ରଂଶସନୀୟ ହୋଇଛନ୍ତି ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶ୍ରୀ ପ୍ରଧାନଙ୍କୁ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଛ ପ୍ରମୁଖ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀୟ ସମ୍ବର୍ଦ୍ଧନା
|
September 30, 2020 |



