ଅବକାରୀ ବିଭାଗର ଚଢ଼ାଉ: ବ୍ୟାପକ ଚୋରା ମଦ ଜବତ ସହ ଜଣେ ଗିରଫ

Spread the love

ରାଇରଙ୍ଗପୁର, ୦୭.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ନଷ୍ଟ କରିବା ସହ ୩୦ ଲିଟର ଦେଶୀ ମଦ ଜବତ କରାଯାଇଛି । ତା ସହିତ ମୋଟ୍ ୧୨୦୦ କି.ଗ୍ରା. ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି । ସେହିପରି ରାଇରଙ୍ଗପୁର ସହରରେ ଚଢ଼ାଉ କରି ଜଣେ ଚୋରା ବେପାରୀକୁ ଗିରଫ କରିବା ସହ ୭ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅବକାରୀ ଆରକ୍ଷୀ ଅଧ୍ୟକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ଚଢ଼ାଉ କରିଥିବା ଜଣାପଡ଼ିଛି ।

Related Posts

About The Author

Add Comment