ଅନ୍ଧାର ରାତିରେ ଚାଲିଛି କଳାପଥର ଚୋରା ଚାଲାଣ, ୧୪୪ ଧାରାକୁ ମାଫିଆ ମାନଙ୍କର ଫୁ?

Spread the love

ଯାଜପୁର/୧୧/୦୮/ସନ୍ଧାନ ନିଉଜ୍)ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାରୁ ବେଧଡକ ଭାବରେ ହେଉଛି କଳାପଥର ଲୁଟ! ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ଜୁନ ୦୬ ତାରିଖରେ ୧୪୪ ଧାରା ଲାଗୁ କରାଯାଇଛି! କିନ୍ତୁ ପଥର ମାଫିଆ ମାନେ ନାଲି ପତାକାକୁ ଉପାଡି ଦେଇ ଦିନ ଦିହିପହରେ ଲୁଟ କରିଚାଲିଛନ୍ତି କଳାପଥର ଲୁଟ! ଦିବାଲୋକରେ ବ୍ଲାଷ୍ଟିଙ୍ଗ କରାଯାଉଛି! ଯାହାଦ୍ଵାରା ପଥର ଖନନ ଦ୍ଵାରା ବିରାଟ ବିରାଟ ଗର୍ତ୍ତ ହେବା ଦ୍ଵାରା କୁତ୍ରିମ ହ୍ରଦ ସୃଷ୍ଟି ହୋଇଛି! ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗି ରହିଥିବା ସ୍ୱତେ ଏହାକୁ ବେ ଖାତିରି କରି ଦିନରେ ଶହ ଶହ ଟ୍ରିପ ଲୁଟ କରିଚାଲିଛନ୍ତି କଳା ପଥର! ପ୍ରଶାସନ କର୍ଣ ପାତ ଥିଲେ ମଧ୍ୟ୍ୟ ଏହାକୁ ଅବହେଳା କରିଚାଲିଛି! ଯାହାର ଲାଭ ଉଠାଉଛନ୍ତି ପଥର ମାଫିଆ! ରାଜ୍ୟ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି!ଯାହା ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି କୃଷକ! ବିଛାଖଣ୍ଡି ମୌଜାରେ ରେ ପାହାଡ଼ର ପାଦଦେଶରେ ଅନେକ ଚାଷ ଜମି ରହିଥିବା ଫଳରେ ପାହାଡ଼ ବ୍ଲାଷ୍ଟିଙ୍ଗ ଧୂଳି ଧୂଆଁ ପ୍ରଭାବରେ ଚାଷ ଜମିରେ ପଥର ଗୁଣ୍ଡ ଓ ପଥର ଖଣ୍ଡ ପଡି ଚାଷ ନଷ୍ଟ ହେଉଛି! ଯାହାର ଉର୍ବର ଅଂଶ ନଷ୍ଟ ହେବା ସହିତ ଫସଲ କ୍ଷତି ହେବାକୁ ପଡିଥାଏ!ଏହାକୁ ପ୍ରତିବାଦ କଲେ ମାଫିଆ ମାନଙ୍କ ଠାରୁ ଧମକ ମିଳିଥାଏ!ଏଠାରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି!ଏଠାରେ ସରକାରୀ ଅଧିକାରୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ଶହ ରାଜନୈତିକ ବାହୁବଳରେ ଚାଲିଛି ଚୋରା ଚାଲାଣ! ଏଠାରେ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା! ଏହା କେଵଳ ନାମକୁ ମାତ୍ର ୧୪୪ ଧାରା କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି!ଏ ଅସଂକ୍ରାନ୍ତ ରେଞ୍ଜର ଅଭିରାମ ଜେନାକୁ ଫୋନ ଯୋଗେ ଯୋଗାଯୋଗକରିଥିଲେ ମଧ୍ୟ୍ୟ ସେ କହିଛନ୍ତି ଆମ ପାଖରେ କର୍ମଚାରୀ ଅଭାବ ଥିବାରୁ ମାଫିଆ ମାନଙ୍କୁ ଧରିବାରେ ଅସୁବିଧା ହେଉଛି!

Related Posts

About The Author

Add Comment