ଜେନାପୁର, ୦୯/୦୩ (ସନ୍ଧାନ ନିଉଜ୍ /ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ପୁରୁଣା ବୋଉଳମାଳ ପଞ୍ଚାୟତ ନିକଟସ୍ଥ ସୁକୁଟିଝର ମୌଜାର ତାରିଣୀ ଛକ ନିକଟରେ ଖୋଲାଯାଇଥିବା ନୂତନ ମଦଦୋକାନକୁ ମଙ୍ଗଳବାର ଦିନ ସ୍ଥାନୀୟ ସାହାଣୀଡିହ ପଞ୍ଚାୟତର ଶତାଧିକ ମହିଳା ହାତରେ ମଦ ବିରୋଧି ପ୍ଲା କାର୍ଡ ଧରି ଉକ୍ତ ମଦ ଦୋକାନ ପର୍ଯ୍ୟନ୍ତ ଚାଲି ଚାଲି ଆସି ମଦ ଦୋକାନକୁ ବନ୍ଦ କରିବାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଅଭିଯୋଗ ଥିଲା ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ଲୋକେ ଗରୀବ ଖଟି ଖିଆ ଓ ଦିନମଜୁରିଆ । ଏଣୁ ଏଠାରେ ମଦ ଦୋକାନ ଖୋଲିଲେ ସେମାନେ ଦିନକୁ ରୋଜଗାର କରୁଥିବା ପଇସାକୁ ମଦ ପିଇବା ସହ ଘରେ ଅଶାନ୍ତି ସୃଷ୍ଟି କରିବେ । ଘରକୁ ରାସନ ଆଣିବା ସାତ ସପନ ହେଇଯିବ ।ଏହି ବିରୋଧ ଖବର ପାଇ ଜେନାପୁର ଥାନା ଅଧିକାରୀ ଆଶିଷ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇଵା କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପରେ ଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସୂଚନା ଥାଉକି ଏହି ମଦଦୋକାନ ଖୋଲିବା ପାଇଁ ପୂର୍ବରୁ ବିଭିନ୍ନ ଜାଗାରେ ବିରୋଧ କରାଯିବାରୁ ଉକ୍ତ ମଦଦୋକାନ ଖୋଲାଯାଇ ପାରୁନଥିଲା । ତେବେ ଏଠି ପ୍ରଶ୍ନ ଉଠେ କି କିପରି ମଦ ଦୋକାନ ପୁନ୍ନର୍ବାର ଖୋଲିବାକୁ ଯାଉଛି ପୂର୍ବରୁ ପ୍ରାୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୧ନମ୍ବର ଯୋନର ପ୍ରାୟ ୯ ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ସ୍ଥାନୀୟ ସମାଜ ସେବକ ସହ ଅନେକ ଯୁବକ ଯୁବତୀ ମହିଳା ମାନେ ବିରୋଧ କରିଥିଲେ। ତେବେ ଏହିଯାଗାରେ କିପରି ମଦ ଦୋକାନ ଖୋଲା ଗଲା ସ୍ଥାନୀୟ ସରପଞ୍ଚଙ୍କ ଭୂମିକା ସନ୍ଧେହ ଘେରରେ।ଯଦିଓ ସରପଞ୍ଚ ନୋ ଅବଜେକ୍ସନ ସାଟିପିକେଟ ଦେଇଥିବେ ତେବେ ମଦ ଦୋକାନଟି ଖୋଲିବାକୁ ଅସୁବିଧା ନାହିଁ।ତେବେ ହଜାର ହଜାର ଜନତା ଭୋଟ ଦେଇ ନିର୍ବାଚିତ କରିଥିବା ସରପଞ୍ଚ କିପରି କ୍ଲିଅର ଆଂନ୍ସର ଦେଲେ ତାକୁ ନେଇ ବୁଦ୍ଧିଯିବି ମହଲରେ ଚର୍ଚ୍ଚା ଜୋର ଧରିଛି ।ଯଦିଓ ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନ ହୁଏ ତେବେ ୧୧ ନମ୍ବର ଯୋନର ପ୍ରତ୍ୟେକ ମହିଳା ଯୁବକ ଯୁବତୀ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଏଥି ପ୍ରତି ଉପରୁକ୍ତ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧରଣରେ ଦାବି ହେଉଛି ।
ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାରଙ୍କ ଭେଟି: ବିବାଦୀୟ ମଦଦୋକାନ ପୁଣି ଖୋଲିଲା; ଶତାଧିକ ମହିଳାମାନଙ୍କ ବିରୋଧ
|
March 9, 2021 |