ଅନୁପ୍ରବେଶ ଉଦ୍ୟମ ବେଳେ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା

Spread the love

ଶ୍ରୀନଗର, ୯/୯ (ସନ୍ଧାନ ନିଉଜ) : ମହଙ୍ଗା ପଡିଲା ଅନୁପ୍ରବେଶ ଉଦ୍ୟମ। ସୀମାରେ ପାକ୍‌ କମାଣ୍ଡୋଙ୍କୁ ନିପାତ କଲା ଭାରତୀୟ ସେନା। ପାକିସ୍ତାନ ବର୍ଡର ଆକ୍ସନ ଟିମର ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳେ ଏମାନଙ୍କୁ ନିପାତ କରିଛି ଭାରତୀୟ ସେନା। ଆଉ ଏବେ ଏହାର ଭିଡିଓ ଜାରି କରିଛି ଭାରତୀୟ ସେନା।

ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ପାକିସ୍ତାନ ସେନା ସହାୟତାରେ କେରନ ସେକ୍ଟର ବାଟେ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ଆତଙ୍କବାଦୀ। ଆଉ ପୂର୍ବରୁ ସଜାଗ ଥିବା ଭାରତୀୟ ସେନାର ଗୁଳି ମାଡରେ ସେହିଠାରେ ହିଁ ଟଳିପଡିଥିଲେ ଏହି ଆତଙ୍କବାଦୀ ମାନେ। ଏପରିକି ଆତଙ୍କବାଦୀଙ୍କ ସହ ପାକିସ୍ତାନ ସେନାର କମାଣ୍ଡୋକୁ ମଧ୍ୟ ଭାରତୀୟ ସେନା ନିପାତ କରିଛି। ଯେଉଁମାନେ ଆତଙ୍କବାଦୀଙ୍କୁ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ସହାୟତା କରୁଥିଲେ।

ଭିଡିଓରେ ଅନୁପ୍ରବେଶକାରୀ ଓ ପାକ୍‌ ସେନା ପୋଷାକ ପିନ୍ଧିଥିବା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି। ଏପରିକି ସେମାନଙ୍କ ପାଖରେ ପଡ଼ିଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳିଛି। ତେବେ ଅନୁପ୍ରବେଶ ପୂର୍ବରୁ ପାକ୍‌ କମାଣ୍ଡୋମାନେ ସୀମା ଆରପଟୁ ଗୁଳିମାଡ଼ କରିଥିଲେ ଆଉ ସୁଯୋଗ ଦେଖି ଭାରତୀୟ ସୀମା ମଧ୍ୟକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଥିଲେ। ତେବେ ଭାରତୀୟ ସେନାର ଜବାବୀ ହମଲାରେ ପାକର ଏହି ଷଡଯନ୍ତ୍ର ପଣ୍ଡ ହୋଇଥିଲା।

Related Posts

About The Author

Add Comment