ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

Spread the love
ଭୁବନେଶ୍ୱର/ରାଉରକେଲା  ୪/୧୨ (ସନ୍ଧାନ ନିଉଜ) :  ଓଡିଶାର ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମବୀ ପିୟୂଷ ଗୋଏଲଙ୍କୁ ପତ୍ରଲେଖି ତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିଳ୍ପ ଉନ୍ନୟନ ବିଭାଗ ଏବଂ ଅନ୍ତ ବାଣିଜ୍ୟ(ଡିପିଆଇଆଇଟି) ପକ୍ଷରୁ ସୂଚନାଦିଆଯାଇଛି ଯେ ସଂଶୋଧିତ ଭିତିଭୂମି ଉନ୍ନୟନ ଯୋଜନା(ଏମଆଇଆଇୟୁଏସ) ଅଧୀନରେ ୧୮.୦୮.୨୦୧୫ ତାରିଖରେ ଏହି ପ୍ରକଳ୍ପ ଲାଗି ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଆକଳନ କରାଯାଇଥିଲା ଏବଂ ଏଥିପାଇଁ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି ପ୍ରକଳ୍ପ ପାଇଁ କାର୍ଯ୍ୟକାରୀ ଏଜେନ୍ସି(ଆଇଏ)ର ଗଠନ ଅନୁଗୁଳ ପାର୍କ ପ୍ରାଇଭେଟ ଲିମିଟେଡ୍(ଏଏପିପିଏଲ) କରାଗଲା । ଏହି ପ୍ରକଳ୍ପ ବିଶେଷ ରୂପେ ଅଗ୍ରଗତି ହୋଇପାରିନଥିବା କାରଣରୁ ଗତ ୦୧.୦୧.୨୦୧୮ରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତି ନିଆଗଲା ଏବଂ କାର୍ଯ୍ୟକାରୀ ସଂସ୍ଥା ଏଏପିପିଏଲକୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇଦେବା ପାଇଁ ନିର୍ଦ୍ଦେଶ ଦିଆଗଲା ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାର ଓଡିଶାର ଖଣିଜ କ୍ଷେତ୍ରର ବିକାଶ ତଥା ରାଜ୍ୟଅର୍ଥନୀତିର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ତେଣୁ ଏହି ମାମଲାରେ ଆପଣଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିବା ସହ ଆପଣ ସଚିବାଳୟର ଅଧିକାରୀଙ୍କୁ ପ୍ରକଳ୍ପର ସମୀକ୍ଷା କରିବା ସହ ଅନୁଗୁଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରାଇବା ପାଇଁ ହସ୍ତକ୍ଷେପ ଆବଶ୍ୟକ । ଏହାବ୍ୟତିତ ଏମଆଇଆଇୟୁଏସ ଅଧୀନରେ ଓଡିଶାରେଆଲୁମିନିୟମ କ୍ଲଷ୍ଟର ପାଇଁ ଆସିଥିବା କେନ୍ଦ୍ରୀୟ ସହାୟତାକୁ ନଫେରାଇ ନେବା ପାଇଁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି
SUBODH NAYAK, ROURKELA

Related Posts

About The Author

Add Comment